ନିଲୁ ବିଷୋୟୀ/ଭଞ୍ଜନଗର: ପ୍ରତି ବର୍ଷ ଭଳି ପବିତ୍ର ବସନ୍ତ ପଞ୍ଚମୀ ଭଞ୍ଜ ଜୟନ୍ତୀ ଅବସରରେ ଡିଏଭି ପିଟି ଏସ.ଆର ପବ୍ଲିକ ସ୍କୁଲର ସମସ୍ତ କର୍ମକର୍ତ୍ତା ଏକତ୍ରିତ ହୋଇ ଶନିବାର ଭଞ୍ଜନଗର ସହର ମଧ୍ୟ ଭାଗ ଷ୍ଟେଟ ବ୍ୟାଙ୍କ୍ ଛକରେ ଥିବା ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୁଖ୍ୟ ଅମର ନାଥ ରଥଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିମୂର୍ତ୍ତୀ ନିକଟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହିଙ୍କ ସହଯୋଗରେ ହୋମ, ଯଜ୍ଞ ଓ ବେଦ ପାଠ କାର୍ଯ୍ୟ କରାଯାଇଥିଲା । ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ମଧ୍ୟ ଏଥିରେ ଯୋଗଦାନ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମହାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏଥିରେ ବିଦ୍ୟାଳୟର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.