ଚିଲିକା /ବାଲୁଗାଁ (ସେକ କୌଶର ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମରେ ଦୀର୍ଘ ଚାରିଦିନ ବ୍ୟାପି ଚାଲିଥିବା ପଞ୍ଚାୟତ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅଠରବାଟିଆ ପଞ୍ଚାୟତର ୮ ଗୋଟି ଟିମ୍ ଭାଗ ନେଇଥିବା ବେଳେ ପରିଶେଷରେ ବ୍ଲାକଟାଇଗର ଟିମ୍ ୧-୦ ଗୋଲ୍ ରେ ବିଜୟ ଲାଭ କରିଛି। ସମସ୍ତ ମ୍ୟାଚ୍ ଗୁଡିକ ନକଆଉଟ୍ ହୋଇଥିବାରୁ ପରସ୍ପର ଟିମ ମଧ୍ୟରେ ଅତ୍ୟନ୍ତ ସଂଘର୍ଷମୟ ଏବଂ ରୋମାଞ୍ଚକର ପରିବେଶ ସୃଷ୍ଟି ହୋଇଥିଲା। ତେବେ ଅନ୍ତିମ ପର୍ଯ୍ୟାୟରେ ବ୍ଲାକଟାଇଗର ଏବଂ କେଦାରନାଥ ଟିମ୍ ପରସ୍ପର ସହ ଫାଇନାଲ୍ ମ୍ୟାଚରେ ସାମ୍ନା ସାମ୍ନି ହୋଇଥିଲେ। ଉକ୍ତ ମ୍ୟାଚରେ ବ୍ଲାକଟାଇଗର ଟିମ୍ ର ଅଧିନାୟକ ପିତବାସ ଜାଲି ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷ ଦଳ ଉପରେ ଏକ ଚିତାକର୍ଷକ ଗୋଲ ଦେଇ ଟିମକୁ ବିଜୟ ଲାଭ କରାଇଥିଲେ। ଅନୁଷ୍ଠିତ ମ୍ୟାଚରେ ରାଜ୍ୟସ୍ତରିୟ କ୍ରୀଡ଼ାବିତ ହେମନ୍ତ ବେହେରା ଖେଳ ପରିଚାଳନା କରିଥିବାବେଳେ ଶାଳିଆ ପ୍ରେସ କ୍ଳବ ସଭାପତି ଅଜିତ କୁମାର ସାହୁ ମୂଖ୍ୟଅତିଥି ଭାବେ ଯୋଗ ଦେଇ ବିଜୟୀଟିମ୍ ଏବଂ ରନର୍ସଅପ୍ ଟିମ୍ କୁ ଟ୍ରଫି ପ୍ରଦାନ କରିବା ସହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପିତବାସ ଜାଲି ଏବଂ ପ୍ଲେୟାର ଅଫ୍ ଦ ସିରିଜ୍ ସଞ୍ଜୟ କୁମାର ଜାଲିଙ୍କୁ ଟ୍ରଫି ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.