ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ନିକଟସ୍ଥ ଗୌଡ଼ପାଲି ଠାରେ ଏସ.ସି.ସି. ଦ୍ଵାରା ଆୟୋଜିତ ୧୬ତମ ସନ୍ ସାଇନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ଗଉଡ଼ପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭରରେ ୪ ଉଇକେଟ ହରାଇ ୬୩ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ମହୁଲପାଲି ଦଳ ୫ ଓଭରରେ ୩ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ଉଦଯାପନୀ ଉତ୍ସବରେ ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଏବଂ ସୂର୍ଯ୍ୟ ପ୍ରସାଦ ହୋତା, ଟଙ୍କ ସ୍ବାଇଁ ଓ ଭରତ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଦଳକୁ ୧୨୦୦୦ ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୮୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଅତିଥି ନାରାୟଣ ବେହେରା ଓ ଯାଦବ ସିଂ ବରିହା ଗଉଡ଼ପାଲି ଦଳର ଶାହିଲଙ୍କୁ ମେନ ଅଫ ଦି ମେଚ ଓ ମହୁଲପାଲି ଦଳର ପରେଶଙ୍କୁ ମେନ ଅଫ ଦି ସିରିଜ ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ମନଜିତ, ଆଶିଷ ଓ ରାଧାକାନ୍ତ ଅମ୍ପାୟାରିଂ ଏବଂ ବିକୁ ଓ ଟିକେଶ୍ବର ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ସୁଶାନ୍ତ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ। ଶାହିଲ, ସୁଜିତ, ଦିନେଶ, ପ୍ରଶାନ୍ତ, ସୁଶାନ୍ତ, ରାଜ, ଆକାଶ, ମୁନା, ବିନିତ, ସୁବ୍ରତ, ରମଣୀ, ରକି, ଆୟୁଷ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ଶେଷରେ ସଭାପତି ନରୁତ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post