ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ବ୍ଲକ ଦହିତା ଠାରେ ବ୍ଲକ ସ୍ତରୀୟ ଇଲେଭେନ ଷ୍ଟାର କ୍ରିକେଟ କପ ଉଦଘାଟିତ ହୋଇଯାଇଛି।ଖଲିଆପାଲି ପୂର୍ବତନ ସରପଞ୍ଚ କେତନ ମେହେର ମୂଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ନାରୀ ନେତ୍ରୀ ପଙ୍କଜିନି ପ୍ରଧାନ, ଦହିତା ସରପଞ୍ଚ ପ୍ରାର୍ଥୀ ଶ୍ରୀମତୀ ସରସ୍ବତୀ କାଲୋ,ଦହିତା ପୂର୍ବତନ ସରପଞ୍ଚ ସତ୍ୟ କମାଟି ଯୋଗଦେଇ ଟୁର୍ଣ୍ଣାମେଣ୍ଟଙ୍କୁ ଉଦଘାଟନ କରିଥିଲେ।ଉଦଘାଟନି ମେଚ ରେ ସ୍ପୋର୍ଟ ଜଂକ୍ସନ ଦହିତା ଶାନ୍ତିପୂର ଦଳ କୁ ହରାଇ ଥିଲା।ଦ୍ୱିତୀୟ ମେଚ ଭଗତପୁର ଦଳ ସର୍ଗିପାଲି ଦଲକୁ ହରାଇ କୁଆଟର ଫାଇନାଲରେ ପ୍ରବେଶ କରିଥିଲା।କୁଆଟର ଫାଇନାଲ ମେଚ ଭଗତପୁର ଦଳ ଓ ସ୍ପୋର୍ଟ ଜଂକ୍ସନ ମଧ୍ୟରେ ହୋଇଥିଲା।ଏଥିରେ ଭଗତପୁର ଦଳ ବିଜୟୀ ହୋଇ ସେମି ଫାଇନାଲ ପ୍ରବେଶ କରିଛି।ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ଅତିଥି ରୂପେ ଯୋଗ ଦେଇ ଭଗତପୁର ଦଳର ମହେନ୍ଦ୍ର ଙ୍କୁ ମେନ ଅପ ଦ ମେଚ ଭାବେ ପୁରସ୍କାର ପ୍ରଦାନ କରିଥିଲେ।ସୁଶାନ୍ତ, ବିକାଶ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସତ୍ୟ, ଅଭିନାଶ, ତନ୍ମୟ ,ସୁମନ୍ତ ଖେଳ ପରିଚାଳନା କରିଥିଲେ।ସୁମନ୍ତ, ତନୁ, କାଳିଆ, ସୁଶୀଲ, ସୋନୁ, ସାନ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post