ଅବକାରୀ ବିଭାଗର ଚଢାଉ : ୧୨.୫୦ କ୍ବିଣ୍ଟାଲ ମହୁଲ ପୋଚ ସହ ୭୫ଲିଟର ମଦ ଜବତ ।

0

ପଦ୍ମପୁର (ଶାସକ ପ୍ରଶାସକ)- ପଦ୍ମପୁର ଉପଖଣ୍ଡ ସୋହେଲା ଅବକାରୀ ଥାନା ଅଞ୍ଚଳରେ ଦେଶୀ ମଦ ରନ୍ଧା ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉ କରାଯାଉଛି । ବରଗଡ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋହେଲା ଅବକାରୀ ଥାନା ଅଧିକାରୀ ଏଚ ଜଗା ରାଓଙ୍କ ନେତୃତ୍ୱରେ ଏକ ଟିମ ଆଜି ସମାରପାଲି,ଦୁବୁଲାବାହାଲ,ମେଲଛାମୁଣ୍ଡା ଅଞ୍ଚଳରେ ଚଢାଉ କରି ୧୨.୫୦ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହ ୭୫ ଲିଟର ମଦ ଜବତ କରିଥିଲେ । ଅବକାରୀ ବିଭାଗର ଚଢାଉ ପରେ ମଦ ମାଫିଆଙ୍କ ମନରେ ଛନକା ପଶିଛି ।ଏହି ଚଢାଉରେ ଏଏସଆଇ ଦେବେନ୍ଦ୍ର ବରିହା,ପାର୍ବତୀ ବୁଧିଆ , କେଶବ ବେହେରା ଓ ରଞ୍ଜନ ସେଠ ସାମିଲ ଥିଲେ ।

Leave A Reply

Your email address will not be published.