ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ଜଙ୍ଗଲ ବିଭାଗ ଓ ମତ୍ସ୍ୟ ବିଭାଗକୁ ମିଳିଛି ବଡ ସଫଳତା । ବର୍ତ୍ତମାନ ଅଲିଭରିଡ଼ଲ କଇଁଚଙ୍କ ର ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଥିବାରୁ ସରକାର ସମୁଦ୍ରକୂଳ ଠାରୁ ୨୦ କି ମି ପର୍ଯ୍ୟନ୍ତ ମାଛଧରା ଉପରେ ରୋକ ଲଗାଇଥିଲା ବେଳେ ଏହାକୁ ଅମାନ୍ୟ କରି ଦେବୀ ମୁହାଣ ର ଅନତିଦୂରର ମାଛମାରୁଥିବା ୪ ଗୋଟି ଟ୍ରଲରକୁ ପାଟ୍ରୋଲିଂ ଟିମ ଜବତ କରିଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ ତିନୋଟି ଟ୍ରଲର ଶୁଭାଶିଷ, ମା ବିରଜା, ମୃତ୍ୟୁଞ୍ଜୟ ପାରାଦୀପର ହୋଇଥିବାବେଳେ ହୀରଣ୍ୟମୟୀ ଟ୍ରଲରଟି ବାଲେଶ୍ୱରର ବୋଲି ଜଣାପଡିଛି । ମିଳିତ ପେଟ୍ରୋଲିଂଗ ଦଳ ରବିବାର ଦେବୀମୁହାଣରେ ପାଟ୍ରୋଲିଂ କରୁଥିବା ବେଳେ ମୃତୁଞ୍ଜୟ ଟ୍ରଲରଟି ଧରା ପଡିଥିଲା । ହେଲେ ଏମାନେ ଟ୍ରଲରକୁ ନୂଆଗଡ ମାଛଧରା ବନ୍ଦରକୁ ନ ଆଣି ସମୁଦ୍ରର ଅଥଳ ପାଣିରେ ସୁରକ୍ଷା ମଧ୍ୟରେ ରଖି ଆଉ, ଅଧିକ ଟ୍ରଲର ଜବତ କରିବା ଆଶା ନେଇ କୋଷ୍ଟଗାର୍ଡ ପାରାଦୀପକୁ ବାର୍ତ୍ତା ପ୍ରେରଣ କରିଥିଲେ । ହେଲେ କୋଷ୍ଟଗାର୍ଡ ପେଟ୍ରୋଲିଂଗ ଦଳର ସୂଚନା ପାଇବାପରେ ମାଛଧରା ନିଷିଦ୍ଧାଞ୍ଚଳ ରେ ପଇଁତରା ମାରି ସୋମବାରଦିନ ସକାଲୁ ସକାଳୁ ଆଉ ତିନିଗୋଟି ଟ୍ରଲର କୁ କୋଷ୍ଟଗାର୍ଡ ଜବତ କରି ଜଙ୍ଗଲବିଭାଗ ପେଟ୍ରୋଲିଂ ଦଳକୁ ହସ୍ତାନ୍ତର କରିଥିଲା । ଏହି ୪ ଗୋଟି ଟ୍ରଲର ରେ ୩୨ ଜଣ ଧୀବର ରହିଛନ୍ତି ଓ ଚାରିଗୋଟି ଟ୍ରଲର ସହ ଏମାନଙ୍କୁ ନୂଆଗଡ ମାଛଧରା ବନ୍ଦରକୁ ଅଣାଯିବା ପରେ ମେରାଇନର ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ, ଅସ୍ତରଙ୍ଗ ରେଞ୍ଜର ହିମାନ ନାଏକ,ଫରେଷ୍ଟର ସବିରସାହୁ, ଅସ୍ତରଙ୍ଗ ବ୍ଲକ ମେରାଇନ ଅଧିକାରୀ,ନିପ୍ରବର ରାଉତ ଆଦି ବିଭାଗୀୟ କର୍ମଚାରି ମାନେ ନୂଆଗଡ ମାଛଧରା ବନ୍ଦର ନିକଟରେ ପହଂଚି ଜବତ ଟ୍ରଲର ଗୁଡିକର କାଗଜପତ୍ର ଯାଞ୍ଚ କରିବାସହ 32 ଜଣ ଧୀବର ଙ୍କୁ ଅଟକରଖି ପଚରା ଉଚରା କରିଛନ୍ତି । ଅପର ପକ୍ଷରେ ୪ ଗୋଟି ବୋଟରେ ଥିବା ମାଛ ଯଥା,ଚିଙ୍ଗୁଡ଼ି୧୭,୫୩୫ ଟଙ୍କା ନିଲାମ କରା ଯାଇଥିବା ବେଳେ ବିଓସି କ୍ଲାସ ମାଛ 37,700ଟଙ୍କାର ନିଲାମ କରାଯାଇଛି ବୋଲି ଜଣାପଡିଅଛି ।
Sign in
Sign in
Recover your password.
A password will be e-mailed to you.