ପ୍ରଧାନଶିକ୍ଷକ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷ ଠାରେ ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ବୃଷକେତୁ ଦାଶଙ୍କୁ ସୋମବାର ଦିନ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ଏହି ସମାରୋହ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ସଭାକାର୍ଯ୍ୟ ପରିଚାଳନାରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳେଇ , ବିଦ୍ୟାଳୟ କମିଟିର ସଭାପତି ଶ୍ରୀ ଜୟରାମ ମହାରଣା , ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ହରିହର ଦାସ ଏବଂ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ମିନାକ୍ଷୀ ପାଢ଼ୀ , ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିମା ରୟ ପ୍ରମୁଖ ମଞ୍ଚାସୀନ କରିଥିଲେ ।
ଡ଼.ଦାଶ ଗତ ୨୮ ଅଗଷ୍ଟ ୨୦୧୯ ମସିହାରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ ପର ଠାରୁ ଆଜିର ଅବସର ଗ୍ରହଣ ଦିନ ପର୍ଯ୍ୟନ୍ତ ଡ଼.ଦାଶ ବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମେତ ଛାତ୍ରମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରି ବିଦ୍ୟାଳୟର ଅତ୍ୟନ୍ତ ଉନ୍ନତି ସାଧନ କରିଥିବା ଯୋଗୁଁ ମଞ୍ଚାସୀନ ଅତିଥିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ,ଶିକ୍ଷୟିତ୍ରୀ ଓ କାଶିନଗର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଗୁରୁ ଶ୍ରୀ ରଘୁନାଥ ପାତ୍ର , ଅବସରପ୍ରାପ୍ତ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ ସରୋଜ ପଣ୍ଡା , ଶ୍ରୀ ଭରତ ଭୂଷଣ ମହାନ୍ତି , ଶ୍ରୀ ଅମୁଲ୍ୟ ପାଣିଗ୍ରାହୀ , ଶ୍ରୀ ପ୍ରଫୁଲ ପାଣିଗ୍ରାହୀ , ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ପ୍ରମୁଖ ଡ଼. ଶ୍ରୀ ଦାଶଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ଶିକ୍ଷକ ମାନେ ଗୁରୁଙ୍କ ମଙ୍ଗଳ କାମନା କରି ଗୁରୁବନ୍ଦନା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ ଗୁରୁ ପୂଜନ କରିଥିଲେ। ସଭାକାର୍ଯ୍ୟ ଶେଷରେ ଉପସ୍ଥିତ ସମସ୍ତଙ୍କୁ ୱାଇ.ଧର୍ମା ରାଓ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଡ଼. ଦାଶ କହିଛନ୍ତି ଯେ ମୁଁ ଆଜି ଅବସରର ନେଉଛି , ମୋ ଚାକିରୀ କ୍ଷେତ୍ରରୁ କିନ୍ତୁ ମୁଁ ବିଦ୍ୟାଳୟକୁ ଯେତେବେଳେ ଆସି ଯୋଗ ଦେଲି ସେହିଦିନଠୁ ମତେ ଭାଗ୍ୟବାନ ମନେ କରୁଛି। ବିଦ୍ୟାଳୟର ଏତେ ଐତିହ୍ୟ ସଂପନ୍ନ ବିଦ୍ୟାଳୟର କିପରି ଉନ୍ନତି ହେବ ଅନବରତ ଉନ୍ନତି ପାଇଁ କାର୍ଯ୍ୟ କରିଛି ଏବଂ ପ୍ରଗତିରେ ସହାୟକ ହୋଇଛି ଏବଂ ଗୁଡାଏ ପରିବର୍ତ୍ତନ ମଧ୍ୟ ହୋଇପାରିଛି। ଯାହାର ଖ୍ୟାତି ପାରଳାବାସୀ ସେମାନେ ଅନୁଭବ କରିଛନ୍ତି ଏବଂ ମୋତେ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରିଛନ୍ତି । ତାଙ୍କର ସମ୍ମାନ , ଶ୍ରଦ୍ଧା , ସହଯୋଗ ମତେ ବହୁତ ଅନୁପ୍ରାଣିତ କରିଛି ଏବଂ ବିଦ୍ୟାଳୟର ଉନ୍ନତି କରିବାରେ ସକ୍ଷମ ହୋଇପାରିଛି ,ମୁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଥିଲେ।

Leave A Reply

Your email address will not be published.