‘ରନ୍ ଫର୍ ୟୁନିଟି’ ମାରାଥନରେ ସାମିଲ ହେଲେ ପୋଲିସ କର୍ମଚାରୀ ଓ ଛାତ୍ରଛାତ୍ରୀ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ପଦ୍ମପୁର ମଡେଲ ପୋଲିସ ଷ୍ଟେସନ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ମାରାଥନ ଆୟୋଜିତ ହୋଇଥିଲା। ଏହି ଅବସରରେ ପଦ୍ମପୁର ଏସଡିପିଓ ପାଣ୍ଡବ ଶବର, ଆଇଆଇସି କ୍ରିସ ସାମରିଆ, ବିଡିଓ ମନୋଜ ଦେବତା, ସମାଜସେବୀ ନିରୋଜ ଦୋରା ଏବଂ ବସ୍ ମାଲିକ ସଂଘ ସଭାପତି ମନୋରଞ୍ଜନ ସିଂ ବରିହା , କୃଷକ ସଂଗଠନ ଉପଦେଷ୍ଟା ଅଜିତ କୁମାର ଶତପଥୀ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ମହାନ୍ତିଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଲୋକେ ଉତ୍ସାହର ସହ ଯୋଗଦେଇଥିଲେ।

ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବା ସହ ଜାତୀୟ ସଂହତିକୁ ସୁଦୃଢ଼ କରିବା ଏହି ମାରାଥନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦେଶ ପ୍ରତି ଅବଦାନ ଓ ଅଖଣ୍ଡ ଭାରତ ଗଠନରେ ତାଙ୍କର ଅତୁଳନୀୟ ଭୂମିକାକୁ ସ୍ମରଣ କରାଯାଇଥିଲା। ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବା ସହ ନିଶା ମୁକ୍ତ ପଦ୍ମପୁର ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ପାଇଁ ସମସ୍ତଙ୍କୁ ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ତବ ଶବର ନିବେଦନ କରିଥଲେ।