ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗୀ: ନିଶ୍ଚିନ୍ତକୋଇଲି ବଉଳ ବଜାର ନିକଟରେ ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ କରକମଳରେ ବିଜୁ ଜନତା ଦଳ ୨୪ନଂ ଜୋନ୍ ଜିଲ୍ଲାପରିଷଦ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ ହୋଇଯାଇଛି । ୨୪ନଂ ଜୋନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥନରେ ବିଜେଡ଼ି ପକ୍ଷରୁ ଯୁବନେତା ବିପ୍ଲବ କାପଙ୍କୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏହି ଜୋନ୍ ଅଧିନରେ ରହିଛି ୮ଟି ପଂଚାୟତ ନିଶ୍ଚିନ୍ତକୋଇଲି, ଜିଗ୍ନୀପୁର,ଫଗୋଳ,ବରାଦୋ,ଜୟରାମପୁର,ରାମକୃଷ୍ଣପୁର,ବଡ଼କ୍ଷୀର ଓ ନତକାଇ | ଏହି କାର୍ଯ୍ୟକ୍ରମରେ ଜିଗ୍ନୀପୁର ପଂଚାୟତ ସମିତିସଭ୍ୟ ପ୍ରାର୍ଥୀ ତଥା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ କୁମାର ଓଝା,ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ବୁହାଳୋ ସରପଂଚ ପ୍ରାର୍ଥୀ ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବରିଷ୍ଠ ନେତା କ୍ଷୀରୋଦଚନ୍ଦ୍ର ପଣ୍ଡା,ନିଶ୍ଚିନ୍ତକୋଇଲି ସରପଂଚ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ପଣ୍ଡା, ସମିତିସଭ୍ୟା ପ୍ରାର୍ଥୀ ଫୁଲ ସିଂ,ପୂର୍ବତନ ସରପଂଚ ରବୀନ୍ଦ୍ରନାଥ ସେଠୀ,ଅଶୋକ ବେହେରା,ଛାତ୍ର ସଭାପତି ସତ୍ୟଜିତ୍ ମହାପାତ୍ର,ବୁବୁ ସାହୁ,ପିଂଟୁ ଜେନା ଙ୍କ ସମେତ ବିଜେଡ଼ି କର୍ମୀମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.