ହିଞ୍ଜିଳିକାଟୁ:- ୨୯/୧୦/୨୬(ରଜତ ପଟ୍ଟନାୟକ)ଅର୍ଣ୍ଣବ ବାତ୍ୟା ପ୍ରଭାବରେ ସୃଷ୍ଚି ହୋଇଥିବା ଗଞ୍ଜାମ ଜିଲ୍ଲାର ଦୃଶ୍ୟ ଭୟାନିକ ହୋଇଥିବାବେଳେ ମୋବାଇଲ୍ ନେଟୱାର୍କ ବନ୍ଦ କରିଥିବାଯୋଗୁଁ ଆମେ କୌଣସି ଦୃଶ୍ୟ ଆମେ ଆପଣଙ୍କୁ ଦେଖେଇ ପାରିଲୁନାହିଁ।ଆଜି ନେଟୱାର୍କ ସ୍ୱାଭାବିକ ହେବାପରେ କିଛି ଦୃଶ୍ୟ ଦେଖାଉଛୁ ବା ରିପୋର୍ଟ ଲେଖି ଜଣାଇ ପାରିଛୁ।ଆଜି ବାତ୍ୟା ପ୍ରଭାବରେ ବନ୍ୟା ପାଣିରେ ବୁଡି ରହିଥିବା ଗଞ୍ଜାମ ଜିଲ୍ଲା ରେ ପାଣି ର ପ୍ରଭାବ କିଛି ମାତ୍ରାରେ କମିଥିବା ବେଳେ ହିଞ୍ଜିଳିକାଟୁ ବ୍ଲକ୍ ର ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡଙ୍ଗୀ ଙ୍କ ନେତୃତ୍ବରେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଓ ଶୁଖିଲା ଖାଦ୍ଯ ପାଣି ଭିତରେ ପଶି ବୋଟ ଦ୍ୱାରା ସବୁ କାର୍ଯ୍ୟ ଜାରି ରଖିଛନ୍ତି।ଆଜି ସକାଳୁ ବୋଟ୍ ଯୋଗେ ତହସିଲଦାର ତପନ କୁମାର ମହାପାତ୍ର,ଥାନା ଅଧିକାରୀ ଶ୍ରୀନିବାସ ସେଠୀ,ଏ,ଏସ,ଆଇ ରଶ୍ମି ରଞ୍ଜନ ସାମଲ ଆମ ଶାସକ ପ୍ରଶାସକ ର ସାମ୍ବାଦିକ ରଜତ ପଟ୍ଟନାୟକ,ନିଳାଞ୍ଚଳ ସାହୁ,ବୋଟ୍ ଯୋଗେ ବିଭିନ୍ନ ଗ୍ରାମକୁ ଯାଇ ଶୁଖିଲା ଖାଦ୍ଯ ପହଞ୍ଚାଇଥିଲେ।ସେଇ ପରି ଭାବେ ହିଞ୍ଜିଳି ରେ ବନ୍ୟା ଅଞ୍ଚଳ ର ସ୍ଥିତି ପରଖିଛନ୍ତି ଦୁଇ ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଜେନା ଏବଂ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳl ନନ୍ଦ ମଲ୍ଲିକ ଙ୍କ ସହିତ ସୋରଡା ବିଧାୟକ ନୀଳମଣି ବିଷୋୟୀ ଓ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର।ହିଞ୍ଜିଳି ବ୍ଲକ ର ଯଦି ବିଶେଷ କ୍ଷତି ଦେଖିବା ତାହେଲେ ଚାନ୍ଦୁଲି ପଞ୍ଚାୟତର ଖଣ୍ଡରା, ଚାନ୍ଦୁଲି ଗାଁ ଏବଂ ବୁରୁପଡା ପଞ୍ଚାୟତ ବିଶେଷ କ୍ଷତି ହୋଇଥିବା ବେଳେ ଖଣ୍ଡରା ଛକ ରାସ୍ତା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।

ବର୍ତ୍ତମାନ ବୁରୁପଡା ଗାଁ ରେ ଫସିରହିଥିବା ଉଦ୍ଧାର କର୍ଯ୍ୟ ଚାଲୁରହିଛି।ଯାତାୟତ ଅବସ୍ଥା ଠପ୍ ହୋଇଥିବା ବେଳେ ଲୋକମାନେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ମଧ୍ୟ୍ୟ ହୋଇଛନ୍ତି, ମୁମ୍ବାଇ ଓ ସୁରଥ ରୁ ଦାଦନ ଶ୍ରମିକ ମାନେ ଚାଲି ଚାଲି ଅନେକ କିଲୋମିଟର ନିଜ ଗାଁ କୁ ଯିବାର ଚିତ୍ର ମଧ୍ୟ୍ୟ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଖଣ୍ଡରା ଛକ ନିକଟରେ ଥିବା ବଣିକ ସଂଘ ପକ୍ଷରୁ ଭାତ ଡାଲମା ରାନ୍ଧି ବାଟୋଇ ମାନଙ୍କୁ ଡାକି ଭୋଜନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ସ୍ଥାନିୟ ଲୋକଙ୍କ ପ୍ରଶ୍ନରେ ନିରୁପାୟ ହୋଇ ଥିବା ଦେଖିବାକୁ ମିଳିଛି।ସ୍ଥାନିୟ ଲୋକଙ୍କ ପ୍ରଶ୍ନ ଏହିପରି ସମୟରେ କଣ ପାଇଁ ଲୋକଙ୍କୁ ଉଦ୍ଧାର କରାଯାଇନଥିଲା,ଲୋକଙ୍କ ପାଖରେ କୌଣସି ରିଲିଫ୍ ପହଞ୍ଚିଥିଲା, ମୋବାଇଲ୍ ର ସମସ୍ତ ନେଟୱାର୍କ କଣ ପାଇଁ କଟାଯାଇଥିଲା ଓ ଆଜି ପର୍ଯ୍ୟନ୍ତ କଣ ପାଇଁ ବନ୍ଦ ରହିଛି।ଏହି ପରି ପ୍ରଶ୍ନ ରେ ମନ୍ତ୍ରୀ ଙ୍କର କୌଣସି ସାନ୍ତନା ମୁଳକ ଉତ୍ତର ଦେଖିବାକୁ ମିଳିନଥିଲା।ଓଡରାଫ ଏବଂ ଆଣ୍ଡ୍ରଫ୍ ଟିମ୍ ଜୋର୍ ସୋର୍ ରେ କାମ କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ।ଯାତାୟତ ପାଇଁ କାମ ଖୁବ୍ କମ ସମୟରେ ସରିବ ବୋଲି କହିଛନ୍ତି ମନ୍ତ୍ରୀ।ବର୍ତ୍ତମାନ ଉଦ୍ଧାର କର୍ଯ୍ୟ ଚାଲୁ ରହିଥିବା ବେଳେ ଲୋକଙ୍କୁ ରନ୍ଧା ଖାଦ୍ୟ ମଧ୍ୟ୍ୟ ଦିଆଯାଉଛି ବୋଲି କହିଥିଲେ।