ବାଂକୋଇ ପୋଲିସ ଫାଣ୍ଡି ଅଧିକାରୀ ହାତରେ ଧରା ପଡିଲେ ଗୋରୁ ବେପାରୀ

0

ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)–ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାଠାରୁ ଗ୍ରାମାଞ୍ଚଳରେ ଚୋରା ଚାଲାଣ ଗୋରୁ ବେପାରୀ ମାନେ ସକ୍ରିୟ ହେବାରେ ଲାଗିଛି | କେତେ ବେଳେ ଜାତୀୟ ରାଜପଥ ରେ ବଜରଙ୍ଗ ଦଳ ଧରୁଛି ତ କେତେ ବେଳେ ପୋଲିସ ଅଧିକାରୀ ମାନେ ଧରୁଛନ୍ତି | କିନ୍ତୁ ଚୋରା ଗୋରୁ ବେପାର କମି ବାରେ ନାହିଁ। ସେହି ପରି ବୋଲଗଡ ବ୍ଲକ ଅଧିନସ୍ଥ ବାଙ୍କୋଇ ଛକ ଠାରେ ଗୋରୁବୋଝେଇ ପିକଅପ ଦଶପଲ୍ଲା ଠାରୁ ଜାମ୍ମୁସାହି ଯିବାରାସ୍ତାରେ ବାଙ୍କୋଇ ଫାଣ୍ଡି ଅଧିକାରୀ (ବିନାୟକ ମନ୍ତ୍ରୀ) ତାଙ୍କ ସହଯୋଗୀ କର୍ମୀମାନେ କୈାଣସି ସୂତ୍ରରୁ ସୂଚନା ପାଇ ବୋଲଗଡ଼ ଥାନା ଅଧିକାରୀ(ବିଦିତା ନାୟକ)ଙ୍କ ନେତୃତ୍ୱରେ ଏକ ପିକଅପ ଭ୍ୟାନ କୁ ଜବତ କରି ସିଜ କରିଥିଲେ l ଏହି ପିକଅପ ଭ୍ୟାନ ଗାଡି ନଂ OD 33 M 0401 ସହିତ 12ଟି ଗାଈ ଙ୍କୁ ଉଦ୍ଧାର କରିଛି ବାଙ୍କୋଇ ଫାଣ୍ଡି l
ବୋଲଗଡ ଥାନା ଏବଂ ବାଙ୍କୋଇ ଫାଣ୍ଡି ମିଳିତ ଆନୁକୂଲ୍ୟରେ ଗାଈ ଙ୍କୁ ଉଦ୍ଧାର କରି ଖଣ୍ଡପଡା ଗୋଶାଳା ରେ ନେଇ ସୁସୁରକ୍ଷା ଭାବେହସ୍ତାନ୍ତର କରିଥିଲେ । ଡ୍ରାଇଭର ଓ ଚୋରା ଗୋରୁ ବେପାରୀ ଙ୍କୁ ନେଇ ବୋଲଗଡ ଥାନାରେ ଅଟକ ରଖାଯାଇଛି ,ବୋଲଗଡ,ବାଙ୍କୋଇ ପୋଲିସ୍ ପ୍ରଶାସନ ଏହି ପରି ଅନେକ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଦ୍ୟାବଧି ପ୍ରୟାସ ଜାରି ରଖିଛି l

Leave A Reply

Your email address will not be published.