ମାହାଙ୍ଗା/ ଦେବେନ୍ଦ୍ର ଷଢଙ୍ଗୀ : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସରପୁର ଗ୍ରାମ ରେ ଶ୍ରୀ ଶ୍ରୀ ସୋମେଶ୍ୱର ମହାଦେବ ଙ୍କ ର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୁଜା କାର୍ଯ୍ୟ ଆରମ୍ଭ କରାଯାଇଅଛି। ସମସରପୁର ଗ୍ରାମ ପଞ୍ଚାୟତ ର ୱାର୍ଡ ନମ୍ବର ୬,୭,୮,୯,୧୦,୧୧,୧୨ ତଥା ବାଜପୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୱାର୍ଡ ନମ୍ବର ୯,୧୦,୧୧ ର ଗ୍ରାମ ଦେବତା ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଯଥା ରୀତି ଅନୁସାରେ ଅନୁଷ୍ଠିତ ହେଉଛି। ଆଜି ସକାଳୁ ସୋମେଶ୍ୱର ମହାଦେବଙ୍କ ଘଟ ସ୍ଥାପନ, ସୂର୍ଯ୍ୟ ପୁଜା, ଗୋ ପୁଜା ସହିତ ଯଜ୍ଞ ଅଗ୍ନି ସ୍ଥାପନ କରାଯାଇଥିଲା।। ପଣ୍ଡିତ ବିଜୟ କର ଆଲୋକ ଚନ୍ଦ୍ର ପଣ୍ଡା,କେଶବ ଚନ୍ଦ୍ର ପଣ୍ଡା, ତ୍ରିଲୋଚନ ପଣ୍ଡା,ସୁଧୀର ମହାପାତ୍ର,ସୁଧାଂଶୁ ମହାପାତ୍ର ଙ୍କ ମନ୍ତ୍ର ଧ୍ଵନି ରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଯଜ୍ଞ ଅନୁଷ୍ଠିତ ହେବ। ସୋମେଶ୍ୱର ମହାଦେବ ପୂଜା କମିଟି ଓ ସମସରପୁର ଗ୍ରାମ ବାସୀ ମାନଙ୍କ ସହଯୋଗ ରେ ପୂଜା କାର୍ଯ୍ୟ କରଯାଇଥିଲା ।
Sign in
Sign in
Recover your password.
A password will be e-mailed to you.