(ବିଶ୍ବରଂଜନ ପଟ୍ଟନାୟକ ),ଯାଜପୁର /ବ୍ଯାସନଗର: ଶନିବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ତା ୨୬/୧୦/୨୦୨୬ ଠାରୁ ତା ୦୧/୧୧/୨୦୨୬ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ମହାବିଦ୍ୟାଳୟ ତରଫରୁ ଏକ ସଚେତନତା ଶୋଭାଯାତ୍ରା କଲେଜ ଛକ ଠାରୁ ଚୋରଦା କାଳୀମେଲଣ ପଡ଼ିଆ ପର୍ଯ୍ୟନ୍ତ କରାଯାଇଥିଲା। ଏନ୍ ସି ସି କ୍ୟାଡେଟ୍ ମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଦୁର୍ନୀତି ବିରୋଧୀ ସ୍ଲୋଗାନ ଦେଇଥିଲେ। ମହାବିଦ୍ୟାଳୟର ସଭାଗୃହରେ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଉଭୟ ରାଷ୍ଟ୍ରିୟ ଏକତା ଦିବସ ଓ ଦୁର୍ନୀତି ନିବାରଣ ସଚେତନତା ଉପଲକ୍ଷେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଶତାଧିକ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଏନ୍ ସି ସି କ୍ୟାଡେଟ୍ ଯୋଗଦାନ କରି ରାଷ୍ଟ୍ରୀୟ ଏକତା ଓ ଦୁର୍ନୀତି ନିବାରଣ ଉପଲକ୍ଷେ ଶପଥଗ୍ରହଣ କରିଥିଲେ। ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ସ୍ବାଇଁ ସମସ୍ତଙ୍କୁ ଶପଥପାଠ କରାଇଥିଲେ।ଅଧ୍ୟକ୍ଷ ଅକ୍ଷୟ କୁମାର ତ୍ରିପାଠୀଙ୍କ ନିର୍ଦେଶକ୍ରମେ ପ୍ରାଧ୍ୟାପକ ସନ୍ତୋଷ କୁମାର ରଥ, ବବ୍ରୁବାହନ ଜେନା ଓ ବ୍ରଜକିଶୋର ମିଶ୍ର ଅତିଥି ଭାବରେ ଯୋଗଦାନ କରିଥିଲେ। ସାଧାରଣ ସଭା ଶେଷରେ ଏନ୍ ସି ସି କ୍ୟାଡେଟ୍ ମାନଙ୍କ ମଧ୍ୟରେ ଭାଷଣ ଓ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ପ୍ରକାଶ ଥାଉକି ସକାଳ ୮.୦୦ ଟା ସମୟରେ ଯାଜପୁର ରୋଡ଼ ଆଦର୍ଶ ଥାନା ଓ ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ଏନ୍ ସି ସି ବିଭାଗ ର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ “ଏକତା ପାଇଁ ଦୌଡ଼” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ କଳିଙ୍ଗ ନଗର ର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ପତାକା ହଲାଇ ଉଦ୍ଘାଟନ କରିଥିଲେ। ଚୋରଦା କାଳୀମେଲଣ ପଡ଼ିଆ ରୁ ଦୈ।ଡ ଆରମ୍ଭ ହୋଇ ଆଦର୍ଶ ଥାନା ପରିସରରେ ସମାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ଏକତା ଓ ନିଶାମୁକ୍ତ ଭାରତ ଗଠନର ସଚେତନତା ବାର୍ତ୍ତା ଦିଆଯାଇଥିଲା। ସମସ୍ତ କାର୍ଯ୍ୟ କ୍ରମକୁ ପରିଚାଳନା କରିବାରେ ଏସ୍ ଡି ପି ଓ ଶରତ ଚନ୍ଦ୍ର ପାତ୍ର, ଥାନା ଅଧିକାରୀ ଆଶିଷ କୁମାର ସାହୁ, ଲେଫ୍ଟନାଣ୍ଟ ଶଶିକାନ୍ତ ଲେଙ୍କା, ସିଟିଓ ଦିପାଳୀ ପ୍ରିୟଦର୍ଶିନୀ ଓ ଅଧ୍ୟାପକ ଗୋଲକ ବିହାରୀ ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.