ଚିକିଟି ୩୧/୧୦:ବାତ୍ୟା ପ୍ରପିଡିତ ଜନସାଧାରଣଙ୍କୁ ସହାୟତାର ହାତ ବଢ଼ାଇଛି ‘ଚିକିଟି ପ୍ରେସ କ୍ଲବ’। ପ୍ରାକୃତିକ ଦୁର୍ବାପ୍ୟ ଏବଂ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳର ସୁନାପୁର ବେଳାଭୂମି ପାଖ ଓ ହରିଜନ ସାହିରେ ବାତ୍ୟା ପ୍ରପିଡିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।
ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କ ଦୁଃଖରେ ସମଭାବନା ପ୍ରକଟ କରିବା ଉଦ୍ଦେଶ୍ୟରେ ଚିକିଟି ପ୍ରେସ କ୍ଲବର କର୍ମକର୍ତ୍ତାମାନେ ଏହି ମାନବିକ ସେବା କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ପରିବାରଗୁଡ଼ିକ ନିକଟରେ ପହଞ୍ଚି ଚୁଡ଼ା, , ବିସ୍କୁଟ, ମିକ୍ସଚର,ଚିନି, ବିଭିନ୍ନ ପ୍ରକାରର ଔଷଧ ଏବଂ ପିଇବା ପାଣି ବୋତଲ ଭଳି ଅତ୍ୟାବଶ୍ୟକୀୟ ଶୁଖିଲା ଖାଦ୍ୟ ଓ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ସାମାଜିକ ଦାୟିତ୍ୱବୋଧରୁ କ୍ଲବର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି। ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ଚିକିଟି ପ୍ରେସ କ୍ଲବର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ପରିସ୍ଥିତିର ତଦାରଖ କରିବା ସହ ସହାୟତା ଯୋଗାଇ ଦେଇଥିଲେ।