ଖୋର୍ଦ୍ଧା ରୁ (ସେକ ଜାଫର ):: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଖୋର୍ଦ୍ଧା ସଦର ଥାନା ପୁଲିସ ପକ୍ଷରୁ ଏକତା ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏସ୍ପି ପରମାର ସ୍ମିଥ ପି. ଦାସ ଙ୍କ ନିର୍ଦେଶ କ୍ରମେସଦର ଥାନା ଅଧିକାରୀ ବାସୁଦେବ ଜୟସିଂଙ୍କ ନେତୃତ୍ୱରେ କୁରାଢ଼ମଲ ଛକଠାରୁ ସଦର ଥାନା ପର୍ଯ୍ୟନ୍ତ ଏହି ଦୌଡ଼ ଅନୁଷ୍ଠିତ ହୋଇଥିଲା। ଏଥିରେ ଥାନାର କର୍ମଚାରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ଶତାଧିକ ଯୁବକ ଏକତ୍ରିତ ହୋଇ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ଜାତୀୟ ଏକତା, ଭାଇଚାରା ଓ ସାମାଜିକ ସଂହତିର ବାର୍ତ୍ତା ପ୍ରସାର କରିବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିରେ ଏସଆଇ ଚନ୍ଦନ ଦାସ, ଦୀପକ ପାକଳ, ସୁଜାତା ପଲେଇ,
ଏଏସଆଇ ମନଜିତ ଏକା, ପ୍ରଦୀପ ପ୍ରଧାନ, ସୁବାଷ ନାୟକ, କନେଷ୍ଟବଳ ଶୁଭ୍ରାଂଶୁ ଦଳେଇ, ସୁଧାକର ପାଟଶାଣୀ ପ୍ରମୁଖଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର ଶତାଧିକ ଯୁବକ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post