ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ମାରାଥନ୍ ଦୌଡ଼ ଅନୁଷ୍ଠିତ

9

– ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଆଜି ଗଜପତି ଜିଲ୍ଲାର ପୋଲିସ ପକ୍ଷରୁ ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଏକ ମାରାଥନ୍ ଦୌଡ଼ ଆୟୋଜିତ ହୋଇଯାଇଛି। ଗଜପତି ଷ୍ଟାଡିୟମ୍‌ ଠାରୁ ମହାରାଜା ପ୍ୟାଲେସ୍ ପର୍ଯ୍ୟନ୍ତ ଏହି ଦୌଡ଼ ଅନୁଷ୍ଠିତ ହୋଇଥିଲା।
ଗଜପତି ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାୟ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ମାରାଥନ୍ ଦୌଡ଼ର ଶୁଭାରମ୍ଭ କରିଥିଲେ। ଏହି ଦୌଡ଼ରେ ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀ ଯୋଗଦେଇ ଜାତୀୟ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରଚାର କରିଥିଲେ।ରାଷ୍ଟ୍ରୀୟ ଏକତା ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଦେଶର ଏକତା , ଅଖଣ୍ଡତା ଓ ଭାଇଚାରାର ଭାବନାକୁ ମଜବୁତ କରିବା। ସେହିପରି ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ଠାରେ ଆରକ୍ଷୀ ଅଧିକ୍ଷକ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ।


ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିରଞ୍ଚି ବାଗ , ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମାଧବାନନ୍ଦ ନାୟକ , ଡିଏସ୍‌ପି ଶ୍ରୀ ଠାକୁରଦାସ ମୁର୍ମୁ , ସଦର ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି ଓ ପୋଲିସ ଆର୍‌ଆଇ ଶ୍ରୀ ଅଭିରାମ ଖୁଣ୍ଟିଆଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.