ଜଗତସିଂହପୁର // ସୁମନ୍ତ କୁମାର ଦାସ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର ) ପଞ୍ଚାୟତରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି. ଏହି ମିଶ୍ରଣ ପର୍ବରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇ ବିଜେପି ଓ କଂଗ୍ରେସ ଦଳରୁ ୨0 ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ଅର୍ପଣ କରି ବିଜୁ ଜନତା ଦଳରେ ସାମିଲ କରିଥିଲେ. ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ତଥା ୨0୧୭ ନିର୍ବାଚନ ର ସରପଞ୍ଚ ପ୍ରାଥୀ ବିରାଜ ମୋହନ ମହାନ୍ତି, ସୁନୀଲ ମହାପାତ୍ର, ବଗୁଲା ବେହେରା, ପ୍ରଶାନ୍ତ ମହାପାତ୍ର, ଫକୀର ମଲ୍ଲିକ, ଅବନୀ ମଲ୍ଲିକ, ରଂଜିତ କୁମାର ରାଉତ, ସୁବାଷ ଦାସ, ଚଗଲି ଦାସ, ବିନୋଦ ଦାସ, ସରୋଜ ବେହେରା, ଅରବିନ୍ଦ ମହାପାତ୍ର ପ୍ରମୁଖ ଙ୍କୁ ବିଧାୟକ ଶ୍ରୀ ଦାସ ଓ ୧ ନମ୍ବର ଯ଼ୋନ ର ଜ଼ିଲ୍ଲାପରିଷଦ ପ୍ରାଥୀନି ରଂଜିତା ସିଂହ ଦଳୀୟ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ଦେଇ ଦଳରେ ସାମିଲ କରିଥିଲେ. ଏଥିରେ ପଞ୍ଚାୟତ ସଭାପତି ନିଲୁ ଚରଣ ଜେନା ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଗୋପାଳପୁର (ଶଙ୍ଖେଶ୍ୱର ) ସରପଞ୍ଚ ପ୍ରାଥୀନି ଆରତୀ ମାଝୀ, ସମିତିସଭ୍ୟା ପ୍ରାଥୀନି ପଦ୍ମିନୀ ମାହାଳି, ଅବସର ପ୍ରାପ୍ତ କର୍ମଚାରୀ ସଂଘ ନେତା ପ୍ରଭାତ ମହାନ୍ତି, ନୟନ ମହାପାତ୍ର, ପ୍ରଭାସ ବେହେରା, ଅର୍ଜୁନି ପୃଷ୍ଟି, ସରପଞ୍ଚ କୃଷ୍ଣ ପ୍ରସାଦ ଦାସ, ସମାଜସେବୀ ସୁଧୀର ମହାନ୍ତି, ପ୍ରସାଦ ମହାନ୍ତି, ଅତୃପ୍ତି ମହାପାତ୍ର, ମିହିର ମହାପାତ୍ର, ଟୁଟୁ ମହାପାତ୍ର, କ୍ଷୀରୋଦ ବାରିକ, ନିହାର ରଞ୍ଜନ ସାହୁ, ପ୍ରତାପ ଦାସ, ଲଳିତ ଖୁଣ୍ଟିଆ, ସୋମନାଥ ଓଝା, ସୁବାଷ ଦାସ, ଜୋତି ଦାସ , ସତ୍ୟ ପ୍ରସାଦ ମହାପାତ୍ର, ସୁନୀଲ ପ୍ରସାଦ ମହାପାତ୍ର, ଅମ୍ଲାନ ଦାସ ଙ୍କ ସମେତ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ l
Sign in
Sign in
Recover your password.
A password will be e-mailed to you.