ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

0

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି

ଇତିହାସର ଏହି ଦୁଇ ମହାନାୟକ ସର୍ବଦା ପ୍ରେରଣାଦାୟୀ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ସଂଗ୍ରାମର ସୁଦୀର୍ଘ ଇତିହାସରେ ଥିଲେ ଜଣେ ସଂକଳ୍ପବଦ୍ଧ, ସ୍ଥିର, ଅବିଚଳିତ ଏବଂ ଅତ୍ମପ୍ରତ୍ୟୟୀ ଯାତ୍ରୀା କଟକରୁ ସୁଦୂର ବିଲାତ ଏବଂ ପୁନଃ ଭାରତ ଫେରି ସ୍ୱାଧୀନତା ସଂଗ୍ରାମର ମଙ୍ଗ ଧରିବାର ଦୁର୍ବାର ଯାତ୍ରାପଥ କେତେ ଯେ କଣ୍ଟକିତ ଥିଲା ତାହା ଅକଳନୀୟା ଦେଶକୁ ସ୍ୱାଧୀନ କରିବାକୁ ନେତାଜୀଙ୍କର ଥିଲା ସ୍ୱତନ୍ତ୍ର ରଣନୀତିା ତାଙ୍କର ଆହ୍ୱାନ ଥିଲା ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବିା ସୁଭାଷଙ୍କ ନେତୃତ୍ୱରେ ଗଢ଼ି ଉଠିଥିଲା “ଆଜାଦ ହିନ୍ଦ୍ ଫୌଜ’ ଏବଂ ଏହାର ଧ୍ୱନି ଥିଲା “ଦିଲ୍ଲୀ ଚଲୋ’ | ମାତୃଭୂମିର କଲ୍ୟାଣସାଧନ ପାଇଁ ନେତାଜୀ ସୁଭାଷ କେତେ ଥର ଯେ ନିଜର ଜୀବନକୁ ମୃତୁ୍ୟର ଅର୍ଗଳ ମଧ୍ୟକୁ ଠେଲି ଦେଇଛନ୍ତି ଇତିହାସ ତାକୁ ହିସାବ ରଖିବାକୁ ଅସମର୍ଥ ହୋଇଛିା ଅନ୍ୟ ପଟେ ଇଂରେଜମାନଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇ ବୀର ସୁରେନ୍ଦ୍ର ସାଏ ଅବିଶ୍ରାନ୍ତ ସଂଗ୍ରାମ ଜାରି ରଖିଥିଲୋ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ନିରବଚ୍ଛିନ୍ନ ସଂଗ୍ରାମ ଅତ୍ୟାଚାରୀ ବି୍ରଟିଶ ଶାସନକୁ ଅସହାୟ କରିଦେଇ ଥିଲାା ଜୀବନର ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ସୁରେନ୍ଦ୍ର ସାଏ ପରାଧୀନତା ବା ବଶ୍ୟତା ସ୍ୱୀକାର ନକରି ବ୍ରିଟିଶ ଶାସନକୁ ମୁହଁତୋଡ ଜବାବ ଦେଇଥିଲୋ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଜଣେ ଯୋଦ୍ଧା ସଂଗ୍ରାମ କରି ଚାରି ଦଶନ୍ଧିକାଳ କରାବରଣ କରିବା ଭାରତ ଇତିହାସରେ ବିରଳା ଏହି ଦୁଇ ମହାନାୟକଙ୍କ ଜୀବନାଦର୍ଶ ଚିରକାଳ ପାଇଁ ଭାରତବାସୀଙ୍କ ପାଇଁ ପ୍ରେରଣାଦାୟୀ ଏବଂ ପ୍ରାତଃସ୍ମରଣୀୟା
ଆଜି ସକାଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଦୁଇ ମହାନାୟକଙ୍କ ସ୍ମ&ୃତିକୁ ସ୍ମରଣ କରି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛିା ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଛକଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହିତ ଭିଏସ୍ଏସ୍ ନଗରଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛିା
ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ପ୍ରତିମୂର୍ତ୍ତି ସ୍ଥଳକୁ ପୁଷ୍ପସଜ୍ଜିତ କରାଯିବା ସହିତ କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗର ସଂପାଦକ ଡକଫର ଲେନିନ୍ ମହାନ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ, ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଭି.ଏସ୍.ଏସ୍. ନଗରର ମୂଳ ସ୍ଥାୟୀ ବାସିନ୍ଦା ଆଦିତ୍ୟ ପ୍ରସାଦ ଦାସ ଏବଂ ବହୁ ବିଭାଗୀୟ ଅଧିକାରୀମାନେ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲୋ

Leave A Reply

Your email address will not be published.