ଇତିହାସ ରଚିଲେ ଖୋର୍ଦ୍ଧା ବଡପୋଖରିଆ ପଂଚାୟତ ବାସୀ

0

ଖୋର୍ଦ୍ଧା/ରବି ନାରାୟଣ ସାହୁ -ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ମଇଦାନରେ ୯ନମ୍ବର ଯୋନ ରେ ଥିବା ବଡପୋଖରିଆ ପଂଚାୟତ ରେ ୧୪ଗୋଟି ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ନିର୍ଦ୍ଦ୍ବନ୍ଦ୍ବରେ ବିଜୟ ହାସଲ କରି ଇତିହାସ ରଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ପଂଚାୟତ ବାସୀ ଐତିହାସିକ ପଦକ୍ଷେପ ଗ୍ରହଣ କରି ଛନ୍ତି। ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଙ୍କ ଅକ୍ଲାନ୍ତ ଉଦ୍ୟମରେ ଏହା ସଫଳ ହୋଇଥିବା ବେଳେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ଓ ପଂଚାୟତ ବାସୀ ବିଧାୟକ ଓ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି

Leave A Reply

Your email address will not be published.