ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଅର୍ନ୍ତଜାତୀୟ ମାନବ ଅଧିକାର କାଉସିଲ୍ ପକ୍ଷରୁ ମୁକ୍ତି ସଂଗ୍ରାମର ଅନ୍ୟତମ ମହାରଥୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅର୍ନ୍ତଜାତୀୟ ମାନବ ଅଧିକାର କାଉସିଲ୍ ଓଡ଼ିଶା , ରାଜ୍ୟ ସଭାପତି ଡ଼ଃ. ଆଲୋକ କୁମାର ବୋଷ ଯୋଗଦେଇ ପ୍ରଥମେ ନେତାଜୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ନେତାଜୀ ସୁବାଷ ଚନ୍ଦ୍ର ବୋଷ କିଭଳି ଭାରତ ଇତିହାସରେ ମହାନ ଜାତୀୟ ବୀରର ଭୂମିକା ନିର୍ବାହ କରି ଦକ୍ଷ ନେତୃତ୍ବର ପରିଚୟ ଦେଇଥିଲେ ଓ ଭାରତ ମାତା ବନ୍ଧନମୁକ୍ତ ହୋଇ ସ୍ୱାଧୀନତା ଲାଭ କରିବ , ଏହି ଗୁରୁଦାୟିତ୍ୱ ସମ୍ପନ୍ନ କରିବା ପାଇଁ ନେତାଜୀ ସୁବାଷ ବୋଷ କିଶୋର ବୟସରୁ ହିଁ ସ୍ୱପ୍ନ ଦେଖିଥିଲେ ବୋଲି କହିବା ସହ ତାଙ୍କ ଆଜାଦ ହିନ୍ଦ ଫୌଜ ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ବାବୁଲା ସାହୁ , ସମାଜସେବିକା ବିଉଟି କୁମାରୀ ଲିମା , ଲିଲି ସାହୁ , ମୋହନ କୁମାର ମିଶାଲ୍ , ଦିଲ୍ଲୀପ ତନ୍ତୀଙ୍କ ସମେତ ଜିଲ୍ଲାର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post