ଚେଲା କୁମାରଙ୍କ ନେତୃତ୍ୱରେ ତଥ୍ୟ ଅନୁଧ୍ୟାନ କମିଟିର ଢ଼ିଙ୍କିଆ ଗସ୍ତ

0

ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରାଯାଉ, ଗ୍ରାମବାସୀଙ୍କୁ ମୌଳିକ ଅଧିକାରରୁ ବଂଚିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ- କଂଗ୍ରେସ

ଭୁବନେଶ୍ୱର – ଗତ ୧୪ ତାରିଖ ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିିସର ବର୍ବରୋଚିତ ଆକ୍ରମଣ ଘଟଣାର ତଦନ୍ତ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଥିଲେ । ଏହି ଅବସରରେ ଓଡ଼ିଶା ପ୍ରଭାରୀ ଡ. ଚେଲା କୁମାରଙ୍କ ନେତୃତ୍ୱରେ ଉକ୍ତ ତଥ୍ୟ ଅନୁସଂଧାନ କମିଟି ଢ଼ିଙ୍କିଆ ଗସ୍ତରେ ଆସିଥିଲେ ।

ପୋଲିସର ବର୍ବରୋଚିତ ଆକ୍ରମଣରେ ଶୀକାର ହୋଇଥିବା ଆହତଙ୍କ ଘରକୁ ଯାଇଥିଲେ, ଆହତମାନଙ୍କୁ ଭେଟିଥିଲେ ଏବଂ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ସେ ଗ୍ରାମବାସୀମାନେ ଅତ୍ୟନ୍ତ ଭୟଭିତ ଅବସ୍ତାରେ କାନ୍ଦି କାନ୍ଦି ପୋଲିସ ମାଡ଼ର ଚିହ୍ନ ଆଜି ପର୍ଯ୍ୟନ୍ତ ଲିଭିନାହିଁ ତାହା ଡ. ଚେଲା କୁମାର ଏବଂ ତଥ୍ୟ ଅନୁଧ୍ୟାନ କମିଟି ସଦସ୍ୟମାନଙ୍କୁ ଦେଖାଇଥିଲେ । ଗ୍ରାମବାସୀମାନେ ପୋଲିସର ଆତଙ୍କରାଜ, ଦୌରାତ୍ମ ଅତ୍ୟାଚାର ମଧ୍ୟରେ ଅତିଷ୍ଠ ହୋଇପଡ଼ିଲେଣି । ଲୋକଙ୍କ ସ୍ୱଭାବିକ ଜୀବନ, ଜୀବିକା ଓ ରୋଜଗାର ଆଦି ସବୁକିଛି ବିପନ୍ନ ହୋଇପଡ଼ିଲାଣି । ପୋଲିସର ଅତ୍ୟାଚାର ସୀମା ପାରକରିଛି । ଶହ ଶହ ଲୋକଙ୍କ ଉପରେ ମିଥ୍ୟା ମକଦ୍ଦମା କରାଯାଇ ତାଙ୍କୁ ଜେଲରେ ପୁରାଯାଇଛି । ଗୋଟେ ପରିବାରର ୫ଜଣଙ୍କୁ ଗିରଫ କରାଯାଇଛି ।

କୋମଳମତି ଶିଶୁ, ମହିଳା, ବୃଦ୍ଧ-ବୃଦ୍ଧାଙ୍କ କରୁଣ କ୍ରନ୍ଦନର ଦୃଶ୍ୟ ଏବଂ ଲୋମହଷଣକାରୀ ଘଟଣାବଳୀର ପ୍ରତ୍ୟକ୍ଷ ବର୍ଣ୍ଣନା ଶୁଣି ଡ. ଚେଲା କୁମାର ଅତ୍ୟନ୍ତ ଭାବବିହୁଳ ହୋଇଥିଲେ ଏବଂ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ରରେ ପୋଲିସର ଏପରି ବର୍ବରୋଚିତ ଆକ୍ରମଣର ନିନ୍ଦା କରିଥିଲେ । ରାଜ୍ୟରେ ଚାଲିଥିବା ବିଜେଡ଼ି ସରକାର ସାଧାରଣ ଜନତାଙ୍କର ସରକାର ନୁହେଁ ବୋଲି ମତବ୍ୟକ୍ତ କରିଥିଲେ । ସେ କହିଥିଲେ ସାଧାରଣ ଗରିବ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାପାଇଁ କଂଗ୍ରେସ କେନ୍ଦ୍ରରେ ସରକାରରେ ଥିବା ବେଳେ ବହୁ ଆଇନ କରିଛି । ସେହି ଆଇନ ଆଇନ ଭିତରୁ ଜଙ୍ଗଲ ଆଇନ ହେଉଛି ଅନ୍ୟତମ । ୨୦୦୬ ମସିହାରେ ଜଙ୍ଗଲ ଆଇନ ହୋଇଥିଲା । ପୁରୁଷ ପୁରୁଷ ଧରି ଜଙ୍ଗଲରେ ଚଳିଆସୁଥିବା ଗରିବ ଲୋକଙ୍କର ଜମି ଉପରେ ପୂର୍ଣ୍ଣ ଅଧିକାର ରହିଛି ଏବଂ କୌଣସି ଉପାରେ ଜମି କେହି ଛଡାଇ ନେଇପାରିବେ ନାହିଁ ବୋଲି ଚେଲା କୁମାର କହିଥିଲେ ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଢ଼ିଙ୍କିଆ ଘଟଣା ସଂପର୍କରେ ଅବଗତ ତେଣୁ ଏ ସଂପର୍କରେ ଆମେ ତାଙ୍କୁ ତଥ୍ୟ ପ୍ରଦାନ କରିବୁ ଏବଂ କଂଗ୍ରେସ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଇନର ସହାୟତା ନେବ ବୋଲି ପ୍ରକାଶ କରିଥିଲେ । ଫୁଲଖାଇ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ଦ୍ୱାରା ଏକ ସଭାରେ ଡ. ଚେଲା କୁମାର ଉକ୍ତ ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ କମିଟିର ଅଧ୍ୟକ୍ଷ ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର ଢ଼ିଙ୍କିଆ ଅଂଚଳରୁ ଅବିଳମ୍ବେ ପୋଲିସ ପ୍ରତ୍ୟାହାର କରାଯାଉ ଏବଂ ଯେଉଁ ଗ୍ରାମବାସୀ ମାନେ ଗିରଫ ହୋଇଛି ତାଙ୍କୁ ଖଲାସ କରାଯିବା ସହ ଗ୍ରାମବାସୀଙ୍କ ନାମରେ ହୋଇଥିବା ମକଦ୍ଦମା ପ୍ରତ୍ୟାହାର ପାଇଁ ଦାବି କରିଥିଲେ |

ସେ କହିଥିଲେ ବର୍ଷ ବର୍ଷ ଧରି ଚଳିଆସୁଥିବା ଗରିବ ଲୋକମାନଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଂଚିତ କରାନଯାଉ । କଂଗ୍ରେସ ଦଳ ଶିଳ୍ପପ୍ରତିଷ୍ଠାକୁ ବିରୋଧ କରେ ନାହିଁ, ଶିଳ୍ପ ପ୍ରତିଷ୍ଠା ହେଉ କିନ୍ତୁ ଗ୍ରାମବାସୀଙ୍କୁ ଧମକାଇ, ଡରାଇ, ବାଡ଼ାଇ, ଯୋରଜବରଦସ୍ତ ତାଙ୍କର ଜମି ଛଡ଼େଇ ନେଇ ଶିଳ୍ପ ପ୍ରତିଷ୍ଠା କରାନଯାଉ ବୋଲି କହିଥିଲେ । ସେ କହିଥିଲେ ବହୁ ଜମି ରହିଛି ଯେଉଁଠି ସରକାର କାରଖାନା ପ୍ରତିଷ୍ଠା ବା ଶିଳ୍ପ ପ୍ରତିଷ୍ଠା କରାଯାଇ ପାରିବ କିନ୍ତୁ ଗୋଟିଏ ଜନବହୁଳ ଅଂଚଳରେ ଯୋରଜବରଦସ୍ତ ଗରିବ ଲୋକଙ୍କ ଜମି ଛଡ଼ାଇ ତା ଉପରେ ଶିଳ୍ପ ପ୍ରତିଷ୍ଠା ନହେଉ । ସେ ମଧ୍ୟ ରାଜ୍ୟ ସରକାରଙ୍କର ଦୃଢ଼ ନିନ୍ଦା କରିଥିଲେ । ସେହିପରି କମିଟିର ଆବାହକ ତଥା ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ କହିଥିଲେ କଂଗ୍ରେସ ଦଳ ଗରିବ ଲୋକଙ୍କ ସହିତ ସବୁବେଳେ ରହିଛି ଆଗକୁ ମଧ୍ୟ ରହିବ । ତେଣୁ ଢ଼ିଙ୍କିଆ ଅଂଚଳବାସୀଙ୍କୁ ତାଙ୍କ ଅଧିକାର ଦେବାପାଇଁ ଆନ୍ଦୋଳନ ଜାରି ରଖିବ ।

ଏହି ଅବସରରେ ଆଜି ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ଟୁଇଟର ଟ୍ରେଣ୍ଡ ଚାଲିଥିଲା ଯାହାକି ସାରା ଭାରତରେ ପଂଚମ ସ୍ଥାନରେ ରହିଛି । ଏହା ବିଜେଡ଼ିି ଏଗନେଷ୍ଟ ଓଡ଼ିଶା ନାମରେ ଏହି ଟ୍ୟୁଟର ୱାରରେ ଆଜି କଂଗ୍ରେସ ଢ଼ିଙ୍କିଆ ପ୍ରସଙ୍ଗକୁ ହାଇଲାଇଟ କରିଥିଲା ।

ଆଜି ଢ଼ିଙ୍କିଆ ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସଦସ୍ୟ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ଗଣେଶ୍ୱର ବେହେରା, ଡ. ଲଲାଟେନ୍ଦୁ ମହାପାତ୍ର, ନଟବର ବାରିକ, ଅରିନ୍ଦମ ସର୍ଖେଲ, ଅଂଶୁମାନ ମହାନ୍ତି, ଅଭିଶେକ ମହାନନ୍ଦ, ପିସିସି ମୁଖପାତ୍ର ମନୋଜ ମହାପାତ୍ର, ପିସିସି ସଂପାଦକ ସୁବ୍ରତ ମହାପାତ୍ର, ବିପ୍ଳବ ଚୌଧୁରୀ, ସୁଭାଷ ଚନ୍ଦ୍ର ପ୍ରଧାନ, ଜଗତ ଜୀବନ ମହାନ୍ତି,ସୁବାଷ ଚନ୍ଦ୍ର ନାୟକ ହରପ୍ରସାଦ ବେହେରା,ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.