ବାସୁଦେବପୁର/ ପ୍ରତାପ ପାଢ଼ୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ନାମାଙ୍କନ ପକ୍ରିୟା ଶେଷ ହୋଇଛି। ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ର ଶେଷ ଦିନ ରେ ଭେଡା ବିକାଶ ପରିଷଦ ର ସମର୍ଥନ ରେ ସରପଞ୍ଚ ସଂଯୁକ୍ତ ଦାସ ତାଙ୍କ ସମର୍ଥକ ମାନଙ୍କ ସହିତ ବାଲିମେଦ ଗ୍ରାମପଞ୍ଚାୟତ କାର୍ଯ୍ୟଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଭେଡା ବିକାଶ ପରିଷଦ ଭେଡା ଅଞ୍ଚଳର ମହିଳା ମାନଙ୍କୁ ନେଇ ଗଠିତ ହୋଇଥିଲା ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ କରିଛି । ବାଲିମେଦ ପଞ୍ଚାୟତର ସର୍ବାଙ୍ଗିନ ଉନ୍ନତି ପାଇଁ ତା ସହିତ ଭେଡା ଅଞ୍ଚଳର ସର୍ବାଙ୍ଗିନ ଉନ୍ନତି ପାଇଁ ଭେଡା ବିକାଶ ପରିଷଦ କାର୍ଯ୍ୟ କରିବା ସହିତ ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତାକୁ ପ୍ରାଧାନ୍ୟ ଦିଆଯିବ ବୋଲି ସରପଞ୍ଚ ପ୍ରାର୍ଥୀ ଶ୍ରୀମତୀ ଦାସ ତାଙ୍କର ମତ ରଖିଥିଲେ । ଭେଡା ବିକାଶ ପରିଷଦ ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀଭାବରେ ବାଲିମେଦ ପଞ୍ଚାୟତରୁ ପ୍ରଶାନ୍ତ କୁମାର ସେଠୀ ତାଙ୍କ ନାମାଙ୍କନ ପତ୍ର ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କରିଛନ୍ତି । ଆଗାମି ଦିନରେ ଭେଡା ଅଞ୍ଚଳରେ ସମସ୍ତ ପଞ୍ଚାୟତରେ ଭେଡା ବିକାଶ ପରିଷଦ ପ୍ରାର୍ଥି ଦେବ । ଚଳିତ ନିର୍ବାଚନରେ କେବଳ ବାଲିମେଦ ପଞ୍ଚାୟତ ରେ ପାର୍ଥୀ ଦେଇଥିବାର ଭେଡା ବିକାଶ ପରିଷଦର ଆବାହକ ରଶ୍ମିରଞ୍ଜନ ମହାନ୍ତି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.