ଶେଷ ଦିବସର ନାମାଙ୍କନପତ୍ର

0 2

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକରେ ତ୍ରିସ୍ତରୀୟ ଆଗାମୀ ନିର୍ବାଚନର ନାମାଙ୍କନ ଦାଖଲ ସରିଯାଇଛି l ଶେଷ ଦିବସରେ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ତରଫରୁ ବିଜେଡି ପାର୍ଥି ଶ୍ରୀମତୀ ପ୍ରତିମା ମହାନ୍ତି ସରପଞ୍ଚ ପାର୍ଥି ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ବିଜୟୀ ହେଲେ ପଞ୍ଚାୟତ ଲୋକଙ୍କର ନିଷ୍ଠାର ସହ ସେବା କରିବେ ବୋଲି କହିଛନ୍ତି l ଶ୍ରୀମତୀ ପ୍ରତିମା ମହାନ୍ତିଙ୍କ ସହ ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ସୁରେଶ ଚନ୍ଦ୍ର ମହାନ୍ତି, ଲକ୍ଷ୍ମଣ ଲେଙ୍କା, ହରେକୃଷ୍ଣ ରାଉତରାୟ, ଇତିଶ୍ରୀ ବାରିକ, ସୋଭାଗ୍ୟ ଦାସ, ସୁକାନ୍ତ ଆଚାର୍ଯ୍ୟ ଏବଂ ଜ୍ୟୋତିରେଖା ମହାନ୍ତି ଉପସ୍ଥିତ ଥିଲେ l ଖଇରଙ୍ଗ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଭାବେ କଲ୍ୟାଣି ବେହେରା, ଯଁ କୋଟି ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଭାବେ ବିଷ୍ଣୁଚରଣ ସ୍ୱାଇଁ ,ସମିତି ସଭ୍ୟ ଭାବେ ମଧୁସୂଦନପୁର ଗ୍ରାମ ପଞ୍ଚାୟତର ବସନ୍ତ କୁମାର ସାହୁ, ଯାହାନପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଭାବେ କଲ୍ୟାଣୀ ଭୋଇ,ଯାହାନପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଭାବେ ଜୋଶ୍ନାରାଣୀ ଦାସ,କଣ୍ଟିଲୋ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଭାବେ ତନୁଜା ମହାନ୍ତି , ତରଡ଼ାପଡା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଭାବେ ସସ୍ମିତା ବାରିକ, ସଁl ପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଭାବେ ମଞ୍ଜୁଲତା ମଲ୍ଲିକ, ଶାଳଜଙ୍ଗ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଭାବେ ସୁରେଶ ଚନ୍ଦ୍ର ବାରିକ, ଅଳସୁଧା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଭାବେ ରବିରଞ୍ଜନ ବେହେରା, ଯଶୋବନ୍ତପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଭାବେ ସବିତା ମଲ୍ଲ ପ୍ରମୁଖ ଆଶାୟୀ ପାର୍ଥି ଆଜିର ଶେଷ ଦିବସରେ ପାର୍ଥିପତ୍ର ଦାଖଲ କରିଛନ୍ତି l

Leave A Reply

Your email address will not be published.