ରାଉରକେଲା(ବସନ୍ତ ଜେନା):ପଞ୍ଚାୟତ ନିର୍ବାଚନ ଲାଗି ଆଜି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ବହୁ ଶିକ୍ଷିତ ଯୁବକ ଯୁବତୀ ନିର୍ବାଚନ ରଣାଙ୍ଗନ ଅବତୀର୍ଣ୍ଣ ହୋଇଛନ୍ତି। ରାଉରକେଲା ପାନପୋଷ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଆଜି ଏପରି ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖା ଯାଇଛି। ଲାଠିକଟା ‘ଗ’ ରେ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ସୁନିତ ସୋହନ ତିର୍କୀ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ସହ ଏମ ବି ଏ ମଧ୍ୟ କରିଛନ୍ତି। ଭଲ ଚାକିରୀ ଛାଡି ଅଞ୍ଚଳ ର ଉନ୍ନତି ଲାଗି ସେ ରାଜନୀତି ରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି। ସେହିପରି ବିଶ୍ରା ରେ ଜଣେ ଯୁବ ମହିଳା ଆଡ଼ଭୋକେଟ ମଧ୍ୟ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହିପରି ବହୁ ଶିକ୍ଷିତ ଯୁବକ ଯୁବତୀ ରାଜନୀତି ପ୍ରତି ଆକର୍ଷିତ ହେବା ଗଣତନ୍ତ୍ର ଲାଗି ଏକ ଶୁଭ ସଙ୍କେତ ବୋଲି ବିବେଚନା କରାଯାଉଛି ।
Sign in
Sign in
Recover your password.
A password will be e-mailed to you.
Prev Post
ସୁନ୍ଦରଗଡ ଜିଲ୍ଲାରେ ଗୁରୁତର କୋଭିଡ ରୋଗୀଙ୍କୁ ଡାକ୍ତରଖାନା ନେବା ଆଣିବା ଲାଗି ସ୍ୱତନ୍ତ୍ର ଆମ୍ବୁଲାନ୍ସର ସୁବିଧା।
Next Post