ଯୋଡ଼ା ପଂଚାୟତ ସମିତିରେ ୬୬୪ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

0 2

୧୩୫ ଜଣ ସରପଞ୍ଚ, ୭୮ ଜଣ ସମିତି ସଭ୍ୟ ଓ ୪୫୧ ଜଣ ୱାର୍ଡ ସଭ୍ୟ ନିମନ୍ତେ ପ୍ରାର୍ଥୀ

ବଡ଼ବିଲ (ଶାସକ ପ୍ରଶାସକ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ଅନ୍ତିମ ଦିନ ସୁଦ୍ଧା ଯୋଡ଼ା ପଂଚାୟତ ସମିତି ଅଧିନ ୧୯ଟି ପଞ୍ଚାୟତରୁ ସର୍ବମୋଟ ୬୬୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାର ଜଣାପଡିଛି। ତେବେ ସର୍ବମୋଟ ୧୩୫ ଜଣ ସରପଞ୍ଚ, ୭୮ ଜଣ ସମିତି ସଭ୍ୟ ଓ ୪୫୧ ଜଣ ୱାର୍ଡ ସଭ୍ୟ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଥିବାର ଜଣାପଡ଼ିଛି। ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିବାର ଅନ୍ତିମ ଦିନ ଥିବାରୁ ଯୋଡ଼ା ପଂଚାୟତ ସମିତି କାର୍ଯ୍ୟାଳୟରେ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରାର୍ଥୀପତ୍ର ଦାଖଲ ସମୟରେ କୌଣସି ପ୍ରକାର ଶୋଭାଯାତ୍ରା ଉପରେ କଟକଣା ଜାରୀ କରାଯାଇଥିଲା। ପ୍ରାର୍ଥୀମାନେ କେବଳ ପ୍ରସ୍ତାବକ ଓ ସମର୍ଥକଙ୍କ ସହିତ ନାମାଙ୍କନ ଦାଖଲ ପାଇଁ ଅନୁମତି ମିଳିଥିଲା। ଆସନ୍ତା ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବାର ସ୍ଥିରୀକୃତ ହୋଇଛି। ତେବେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ପରେ ଯୋଡ଼ା ଖଣି ଅଞ୍ଚଳର ବିଭିନ୍ନ ପଂଚାୟତରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।

Leave A Reply

Your email address will not be published.