ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୫ ଟି ଜିଲ୍ଲାପରିଷଦ ଜୋନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରାଯାଇଛି । ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ନାମ ଘୋଷଣା କରି ଦଳୀୟ ଟିକେଟ ପ୍ରଦାନ କରିଛନ୍ତି । ୨୪ ନଂ ଜୋନର ପ୍ରାର୍ଥୀଭାବେ ନିର୍ମଳା ଲେଙ୍କାଙ୍କ ନାମ ଘୋଷଣା କରାଯାଇଥିଲା ବେଳେ ୨୫ ନଂ ଜୋନର ପ୍ରାର୍ଥୀ ଭାବେ ବିବେକାନନ୍ଦ ବେହେରା, ୨୬ ନଂ ଜୋନ ପ୍ରାର୍ଥୀ ଭାବେ ବିଜୟଲକ୍ଷ୍ମୀ ବେହେରା, ୨୭ ନଂ ଜୋନ ପ୍ରାର୍ଥୀ ଭାବେ ଦେବଦ କର, ୨୮ ନଂ ଜୋନ୍ ପ୍ରାର୍ଥୀ ଭାବେ ଜିନ୍ନିଲତା ଦାସଙ୍କ ନାମ ଘୋଷଣା କରାଯାଇଛି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଗୁରୁବାର ଦିନ ୨୫ ନଂ ଜୋନରୁ ବିବେକାନନ୍ଦ ବେହେରା ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ତାଙ୍କ ସହିତ କଟକ ସଦର ବିଜେପି ନେତା ଦିଲ୍ଲୀପ ମଲ୍ଲିକ, ରଂଜନ ନନ୍ଦ, ରବିନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗତ ଗୁରୁବାର ଦିନ ୨୬ ନଂ ଜୋନ ମହିଳା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବେହେରା ମଧ୍ୟ ନାମଙ୍କନପତ୍ର ଦାଖଲ କରିଥିଲେ ।
Sign in
Sign in
Recover your password.
A password will be e-mailed to you.