ରଣପୁର( ପ୍ରସନ୍ନ ସାମନ୍ତରାୟ) : ନୟାଗଡ ଜିଲ୍ଲା ରଣପୁର ପୋଲିସ ବୁଧବାର ବହୁ ଅପରାଧ ରେ ଜଡିତ ଥିବା ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି | ଗିରଫ ଯୁବକ ଙ୍କ ନାମ ରଞ୍ଜିତ ନାୟକ ହୋଇଥିବା ବେଳେ ତାର ଘର ରଣପୁର ଥାନା ଅନ୍ତ୍ରଗତ ସନାଗଡ଼ ଗ୍ରାମରେ ବୋଲି ଜଣାପଡିଛି | ତେବେ ଗିରଫ ରଞ୍ଜିତ ନାମରେ ରାଜ୍ୟର ବିଭିନ୍ନ ଥାନାରେ ପ୍ରାୟ କୋଡିଏରୁ ଉର୍ଦ୍ଧ ମାମଲା ଥିବା ବେଳେ ରଣପୁର ଥାନାରେ ପ୍ରାୟ ଦଶ ରୁ ଉର୍ଦ୍ଧ ଡ଼କାୟତି ମାମଲା ଥିବା ରଣପୁର ପୋଲିସ ସୂଚନା ପ୍ରଦାନ କରିଛି | ତେବେ ସେ ବିଭିନ୍ନ ସମୟରେ ଅପରାଧ ଘଟାଇ ପୋଲିସକୁ ଚକମା ଦେଖେଇ ଫେରାର ହୋଇଯାଉଥିବା ବେଳେ ରଣପୁର ପୋଲିସ ପାଇଁ ରଞ୍ଜିତକୁ ଧରିବା ଏକ ଚାଲେଞ୍ଜ ସୃଷ୍ଟି କରିଥିଲା | ରଣପୁର ପୋଲିସ ବହୁ ଆଗରୁ ତା ଉପରେ କଡା ନଜର ରଖିଥିଲା | ତେବେ ବିଶେଷ ସୂତ୍ରରୁ ସେ ଘରକୁ ଆସିଥିବା ଖବର ପାଇ ରଣପୁର ପୋଲିସ ସବଇନ୍ସପେକେଟର ପ୍ରୀତି ପ୍ରକାଶ ମହାନ୍ତି ଙ୍କ ସହିତ ତାଙ୍କର ଏକ ପୋଲିସ ଟିମ ମଙ୍ଗଳ ବାର ଅପରାହ୍ନ ସମୟରେ ଅତର୍କିତ ଭାବେ ଅପରାଧୀର ଘର ଉପରେ ଚଢ଼ାଉ କରି ତାକୁ ଗିରଫ କରିଥିବା ଜଣାପଡିଛି | ରଂଜିତ ନାମରେ ଥିବା ରଣପୁର ପୋଲିସ କେଶ ନଂ 268/21ରେ ଡକାୟତିକ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରଣପୁର ପୋଲିସ ସୂଚନା ପ୍ରଦାନ କରିଛି |
Sign in
Sign in
Recover your password.
A password will be e-mailed to you.