ସିମୁଳିଆ (ଅକ୍ଷୟ କୁମାର ଜେନା)- ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ନିଜ ନିଜ ପଞ୍ଚାୟତ ରେ ଦାଖଲ କରୁଛନ୍ତି। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତା ପୁର ପଞ୍ଚାୟତ ୧୪ ଟି ୱାର୍ଡ କୁ ନେଇ ଗଠିତ। ଏଠାରେ ପାଖାପାଖି ସାତ ହଜାର ଭୋଟର୍ ଥିବା ବେଳେ ଗତ ଥର ବି ଜେ ପି ସମର୍ଥିତ ସରପଞ୍ଚ ପ୍ରାଥି ମାତ୍ର ଅଳ୍ପ ଭୋଟ ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ପରାସ୍ତ କରି ପଞ୍ଚାୟତ କୁ ଅକ୍ତିଆର୍ କରିଥିଲେ। ଏଥର ସଂରକ୍ଷଣ ଅନୁସୂଚିତ ଜାତି ହୋଇ ଥିବାରୁ ଅନେକ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରୁଥିବାର ଦେଖା ଯାଉଅଛି। ବିଜେପି ସମର୍ଥିତ ପ୍ରାର୍ଥୀ ଉମାକାନ୍ତ ଶିଅଳ ସରପଞ୍ଚ ହିସାବରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସମର୍ଥିତ ତିନି ଜଣ ୱାର୍ଡ ମେମ୍ବର ପ୍ରାଥିନି ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଗାମୀ ନିର୍ବାଚନ ରେ ବିଜୟୀ ହେଲେ ଲୋକ ଙ୍କ ସେବାରେ ନିଜକୁ ସମର୍ପିତ କରିବା ସହ କୋଭିଡ୍ ନିୟମ ମାନି ଆଜି ମ ଇ ତା ପୁର ପଞ୍ଚାୟତ ଅଫିସ୍ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।
Sign in
Sign in
Recover your password.
A password will be e-mailed to you.