ଧାନ କିଆରୀରେ ନର କଙ୍କାଳ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଧାନ ବିଲରେ ପଡିଛି ନରକଙ୍କାଳ।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋତାନଇ ପଞ୍ଚାୟତ ବାଇଳୋ ଗ୍ରାମ ନିକଟସ୍ଥ ଧାନ ବିଲରେ ଦେଖିବାକୁ ମିଳିଛି ନରକଙ୍କାଳ।ତିନି ଚାରି ମାସ ତଳର ମୃତଦେହ ହୋଇଥିବା ଅନୁମାନ କରାଯାଉଛି।ନରକଙ୍କାଳଟି ମାଟିରେ ମିଶି ହାଡ ଓ ଖପୁରୀ ପଡିଥିବା ବେଳେ ଲୁଙ୍ଗି ଘୋଡାଯିବା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ନରକଙ୍କାଳ ମାଟିରେ ମିଶି ପଡି ରହିଛି।ସକାଳୁ ଧାନ କାଟିବାକୁ ଯାଇଥିବା ବେଳେ କେତେକ ଲୋକ ଦେଖିବାକୁ ପାଇଥିଲେ।ନରକଙ୍କାଳ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମୁଛି।ନରକଙ୍କାଳ ପରିଚୟ ଜଣାପଡିନଥିବା ବେଳେ ଏହା ଜଣେ ବୟସ୍କ ଲୋକର ବୋଲି ଅନୁମାନ କରାଯାଉଛି।ସ୍ଥାନୀୟ ଚନ୍ଦାପାଟ ଭାଟସାହି ଗ୍ରାମର 62 ବର୍ଷ ବୟସ୍କ ସନାତନ ମଲ୍ଲିକ ନାମକ ବ୍ୟକ୍ତି ଘରେ କଳିଝଗଡା କରି ଚାରିମାସ ତଳୁ ନିଖୋଜ ଥିଲେ। ନିଖୋଜ ସନାତନର ପରିବାର ପକ୍ଷରୁ ମୃତଦେହ ଚିହ୍ନଟ କରିପାରୁନାହାଁନ୍ତି।
ଘଟଣାକୁ ନେଇ ସ୍ଥାନୀୟ ଲୋକ ସନ୍ଦେହ ପ୍ରକାଶ କରିଥିବା ବେଳେ ପୋଲିସ ବ୍ୟାପକ ଅନୁସନ୍ଧାନ କଲେ ଘଟଣା ସ୍ପଷ୍ଟ ହେବ ବୋଲି ଆଶା ପ୍ରକଟ କରିଛନ୍ତି।ଶିବ ଶଙ୍କର ପରିଡା(ଚନ୍ଦାପାଟ) ଗ୍ରାମବାସୀ,ଦିଲ୍ଲୀପ କୁମାର ରାଉତ(ବାଇଳୋ)ଗ୍ରାମବାସୀ ଅପରାହ୍ନରେ ତିର୍ତ୍ତୋଲ ଆଇଆଇସି ସବ୍ୟସାଚୀ ରାଉତ ଫୋରେନ୍ସିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ନରକଙ୍କାଳ ଜରାଜୀର୍ଣ୍ଣ ହୋଇ ମାଟିରେ ମିଶି ରହିଥିବା ବେଳେ ପୋଲିସ ସାଇଣ୍ଟିଫିକ୍ ଟିମ ଦ୍ୱାରା ବ୍ୟାପକ ଅନୁସନ୍ଧାନ କରାଯାଇଛି।ଘଟଣାସ୍ଥଳରୁ ହାଡ,କଙ୍କାଳ,ଖପୁରୀ ଓ ନରକଙ୍କାଳ ଘୋଡାଯାଇଥିବା ଲୁଙ୍ଗିକୁ ପୋଲିସ ଜବତ କରି ବେବଛେଦ ସହ କଟକ ପିଏମଟି କୁ ପରିକ୍ଷା ପାଇଁ ପଠାଯାଇଛି।ସ୍ଥାନୀୟ ଚନ୍ଦାପାଟ ଭାଟସାହି ଗ୍ରାମର ନିଖୋଜ ସନାତନ ମଲ୍ଲିକର ମୃତଦେହ ବୋଲି ଯାହା ସନ୍ଦେହ କରାଯାଉଥିଲା ତାଙ୍କ ପରିବାର ପକ୍ଷରୁ ଏହାକୁ ଅସ୍ୱୀକାର କରୁଥିବା ଥାନା ଆଇଆଇସି ସୁଚନା ଦେଇଛନ୍ତି।

Leave A Reply

Your email address will not be published.