ପାଇକମାଲ:- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ପଦବୀ ଲାଗି ଅଣସଂରକ୍ଷିତ ସ୍ଥାନ ସଂରକ୍ଷଣ ଥିବାରୁ ଆଜି୧୧ଟା ସମୟରେ କୋଭିଡ ନିୟମ ମାନି ନିଜର ସମର୍ଥକ ଙ୍କୁ ନେଇ ବରତୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଲୟ ରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଜିଲ୍ଲାପରିଷଦ ବିଶ୍ୱନାଥ ବାଗ। ଗତ୨୦୧୭ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଦ୍ମପୁର ନିର୍ବାଚନ ମଣ୍ଡଲି ରେ ୮ଟି ଜିଲ୍ଲାପରିଷଦ ରୁ ଏକ ମାତ୍ର ବିଜୁ ଜନତାଦଲ ତରଫରୁ ବିଶ୍ବନାଥ ବାଗ ବିଜୟୀ ହୋଇଥିଲେ। ବରତୁଣ୍ଡା ଗ୍ରାମପଞ୍ଚାୟତରେ ତାଙ୍କ ଲୋକପ୍ରିୟତା ଏବଂ ବିଜେଡି ର ଭୋଟ କୁ ଆୟୁଧ କରି ସାରା ପଦ୍ମପୁର ନିର୍ବାଚନ ମଣ୍ଡଲିରେ ବିଜେପିର ପବନବହୁଥିବା ସତ୍ୱେ ପାଇକମାଲ ଜୋନ ୧୧ରେ ବିଜେପିକୁ ମାତ ଦେଇ ଶଙ୍ଖ ଚିହ୍ନ କୁ ଜୟଯୁକ୍ତ କରାଇଥିଲେ।
ଏବେ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପଦବୀ ଲାଗି ନିଜେ ବିଶ୍ବନାଥ ବାଗ ଛିଡା ହୋଇ ଲୋକଙ୍କ ସେବା ଚାଷୀ ସମସ୍ୟା ତଥା ଦୁର୍ନିତିକୁ ବିରୋଧ ଏବଂ ପଞ୍ଚାୟତ ର ଉନ୍ନତି ପାଇଁ ଲଢେଇ ଜାରି ରଖିବାକୁ ଶପଥ ନେଇଥିବା କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post