ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ : ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ଓ ଜିଲ୍ଲା ସଭାପତିଙ୍କ ସମର୍ଥନରେ କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପସଭାପତି ଭାବେ କଟକ ସଦର ନିର୍ବାଚନ ମଣ୍ଡଳୀ ବାବୁଜଙ୍ଗ ଗ୍ରାମପଂଚାୟତର ଯୁବନେତା ଇଜାଜ୍ ଖାନଙ୍କୁ ମନୋନୀତ କରାଯାଇଛି । ଯାହାପାଇଁ ଇଜାଜ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ କ୍ରାଡ଼ାମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ବିଜେଡ଼ି ଛାତ୍ର ସଂଗଠନକୁ ମଜବୁତ୍ କରିବାକୁ ଶପଥ ଗ୍ରହଣ କରିଛନ୍ତି । ଇଜାଜ୍ ଖାନଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିବାରୁ କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଆସିଫ୍ ଅମିନ୍ , କଟକ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ଦାସ,ବିଜେଡ଼ି ସମ୍ପାଦକ ସ୍ୱାଧୀନ କୁମାର ଭୂୟାଁ,କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ହିମାଂଶୁ ଦାସ, ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ଛାତ୍ର କାର୍ଯ୍ୟକାରୀ ସଭାପତି ବଳଦେବାନନ୍ଦ ଦାସ,ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି ଛାତ୍ର ସଭାପତି ସତ୍ୟଜିତ୍ ମହାପାତ୍ର,ଛାତ୍ର ନେତା ସୁଶାନ୍ତ ନାୟକଙ୍କ ସମେତ ସମସ୍ତ ବିଜେଡ଼ି କର୍ମୀମାନେ ଇଜାଜ୍ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.