କୂଅରେ ପଡି ବୃଦ୍ଧଙ୍କ ମୃତ୍ୟୁ

0

ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)–ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡ଼ସ୍ଥିତ ଜଣେ ବୃଦ୍ଧ ବ୍ୟକ୍ତି କୂପରେ ପଡ଼ି ମୃତୁ ବରଣ କରିଥିବାର ଅଭିଯୋଗ ହୋଇଛି l ଖବର ମୁତାବକ ଚିଲିକା ରୋଡସ୍ଥିତ ପାତ୍ର ଲଜ ନିକଟରେ ବାସ କରୁଥିବା ପ୍ରଶାନ୍ତ ପାତ୍ର ନାମକ ଜଣେ ୬୨ ବର୍ଷୀୟ ବ୍ୟକ୍ତି ନିଜ ଘର କୂପ ନିକଟରେ ବସିଥିଲେ | ସେ ଦୀର୍ଘ ସମୟ ଧରି ନ ଆସିବାରୁ ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ କୂପରେ ମଧ୍ୟରେ ପଡି ଯାଇଥିବାର ସନ୍ଦେହ କରି ବାଲୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାନ୍ତଙ୍କ ମୃତ୍ୟୁ ଶରୀରକୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ।ତେବେ ଡାକ୍ତର ସେଠାରେ ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିବାରୁ ବାଲୁଗାଁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୋଲିସ ।

Leave A Reply

Your email address will not be published.