ଦେବଗଡ଼ରୁ ଅବନୀ କାନ୍ତ ମିଶ୍ର : ଚଳଚ୍ଚିତ୍ର ଅଭିନେତା ସ୍ବର୍ଗତ ମିହିର ଦାସ ଓ ଗୀତିକାର ଡକ୍ଟର ମଙ୍ଗୁଳ ଚରଣ ବିଶ୍ୱାଳ ଙ୍କ ଅକାଳ ବିୟୋଗ ରେ ଦେବଗଡ଼ ର ଅଗ୍ରଣୀ ନାଟ୍ୟନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ କ୍ଳବ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ସଦସ୍ୟ ଓ ବଜିଲ୍ଲାର ବିଭିନ୍ନ କଳାକାର ଯୋଗ ଦେଇ ଦିବଂଗତ ଉଭୟ କଳାକାର ଙ୍କ ବହୁ ମୁଖୀ ପ୍ରତିଭା ଉପରେ ଆଲୋକ ପାତ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥିରେ ମାର୍କଣ୍ଡେୟ ଶତପଥୀ, ନିରଞ୍ଜନ ଦ୍ବିବେଦୀ, ଦିଲୀପ କୁମାର ଗୁରୁ, ଅଶୋକ ନନ୍ଦ, ସୁଜିତ ପାତ୍ର, ଚିତ୍ତ ରଞ୍ଜନ ଦାଶ, ଜୟନ୍ତ କୁମାର ସାହୁ, ପ୍ରଦ୍ୟୁମ୍ନ ଭୁକ୍ତା, ଭୋଳା ନାଥ ଦାଶ, ରାକେଶ ଶତପଥୀ, ଜନ୍ମା ଜୟ ନାୟକ, ଶ୍ରବଣ ନାୟକ, ଆନନ୍ଦ କପରଦାର,ଜୋ ଅମ୍ଳାସୁ ପୂଜାରୀ, ଶୁଭଙ୍କର ମହାକୁଳ, ନିଲେସ ଜେନା ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଉଭୟ ଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post