ଭାବ ସେନାପତି ମେମୋରିଆଲ ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ : ଶିବ ଶକ୍ତି କ୍ଳବ୍ ବ୍ରାହ୍ମଣ ଗାଁ ବିଜୟୀ

0

ବାସୁଦେବପୁର(ପ୍ରତାପ କୁମାର ପାଢ଼ୀ)-ଆଜି ଶିବଶକ୍ତି କ୍ଲବ ବ୍ରାହ୍ମଣଗାଁ ଠାରେ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା | ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତ୍ନାକର ମହାଳିକ ଫିତା କାଟି ଉଦଘାଟନ କରିଥିଲେ | ଖେଳ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁ, ଏବଂ ସ୍ଥାନୀୟ ସରପଞ୍ଚ ହରିହର ଶିଅଳ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ | ଏହି ଖେଳ ରେ ୮ଟି ଟିମ ଭାଗ ନେଇଥିଲେ | କ୍ଲବର ସଭାପତି ସରୋଜ ପାଣିଗ୍ରାହୀ, ଉପଦେଷ୍ଟା ଅନାଦି ସେନାପତି, ମହେଶ୍ୱର ପଣ୍ଡା, ତିଳକ ଜ୍ଞାନେନ୍ଦ୍ର ବେହେରା ଏବଂ ଉପସଭାପତି ଦୁର୍ଗାମାଧବ ପାଢ଼ୀ, ଯୁଗ୍ମ ସମ୍ପାଦକ ଚକ୍ରଧର କର, ସମ୍ପାଦକ ସତ୍ୟ ନାରାୟଣ ସାହୁ, କୋଷାଧକ୍ଷ ତପନ ସେଠି ଏବଂ ଜଗବନ୍ଧୁ ମହାରଣା, ପରେଶ ରାଉତ,ଦୀପକ, ତାପସ ବେହେରା, ଅଶୋକ ନାୟକ, ଜୟରାମ ସାହୁ, ଲମ୍ବୋଦର ବେହେରା, ଲକ୍ଷ୍ମୀଧର ପତି, କୈଳାଶ ସାହୁ ଆଦି ସଦସ୍ୟ ଉପସ୍ଥିତ ରହି ଖେଳରେ ସହଯୋଗ କରିଥିଲେ। ଖେଳ ରେ ରେଫରୀ ଭାବରେ ସୁଶାନ୍ତ କୁମାର ବାରିକ ଓ ପୀତବାସ ନାୟକ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଶିବ ଶକ୍ତି କ୍ଲବ ବ୍ରାହ୍ମଣଗାଁ ଚମ୍ପିୟାନ ହୋଇଥିଲା | ଏହି ଅବସର ରେ ଅନେକ ସମାଜସେବୀ ଏବଂ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Leave A Reply

Your email address will not be published.