ନୂଆଦିଲ୍ଲୀ: ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବାକୁ ଥିବା କେନ୍ଦ୍ରୀୟ ବଜେଟର ରୂପରେଖ ନିର୍ଦ୍ଧାରଣ ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇତି ମଧ୍ୟରେ ପ୍ରାକ ବଜେଟ ମତାମତ ଲୋଡ଼ିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ସେ ୨୫ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଦଳୀୟ ପ୍ରତିନିଧି, ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ, ବୁଦ୍ଧିଜୀବୀ ଓ ଅର୍ଥନୈତିକ ସମୀକ୍ଷକଙ୍କ ସହ ନୂଆଦିଲ୍ଲୀରେ ବିଚାର ବିମର୍ଶ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଦ୍ଵାରା ଆୟୋଜିତ ଏହି ଆଲୋଚନାଚକ୍ରରେ ଵିଭିନ୍ନ ବର୍ଗଙ୍କ ମତାମତ ଲୋଡ଼ିବା ଅବସରରେ ସାମୁହିକ ବିକାଶକୁ ଗୁରୁତ୍ୱ ଦେଇ ତୃଣମୂଳ ସ୍ତରକୁ ସୁହାଇବାଭଳି ଆଗାମୀ ବଜେଟର ରୂପରେଖ ନିର୍ଦ୍ଧାରଣ କରିବାକୁ ଅଧିକାଂଶ ଗୁରୁତ୍ୱ ଦେଇଥିଲେ। ଏହି ଆଲୋଚନାଚକ୍ରରେ ଶ୍ରୀଯୁକ୍ତ ପଣ୍ଡାଙ୍କ ସହ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଓ ରାଷ୍ଟ୍ରୀୟ ପ୍ରବକ୍ତା ଗୋପାଳ କୃଷ୍ଣ ଅଗ୍ରୱାଲଙ୍କ ସମେତ ବିଭିନ୍ନ ରାଜ୍ୟର ବିଜେପି ପଦାଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ଆୟୋଜନ ଓ ଏହିଥିରେ ଭାଗନେଇଥିବାରୁ ଏହା ଗର୍ବର ବିଷୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post