ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା: ଖରମୁଣ୍ଡା ଦଳ ବିଜୟୀ

0

ପଦ୍ମପୁର (ଶାସକ ପ୍ରଶାସକ) : ଆଜି ବିଜେପୁର୍ ବିଧାନସଭା ନିର୍ବାଚନ ମଣ୍ଡଳୀର ଆଇମାଲ ଠାରେ ନବ ବର୍ଷ ଉପଲକ୍ଷେ ବୀର ସୁରେନ୍ଦ୍ର ସାଏ କ୍ଳବ, ଆଇମାଲ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଠଟି ଦଳକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଯୁବ ଜନତା ଦଳ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ , ଆନ୍ତର୍ଜାତୀୟ କରାଟେ ଖେଳାଳି ଗଜେନ୍ଦ୍ର ମେହେର , ଜିଲ୍ଲା ସୋସିଆଲ୍ ମିଡ଼ିଆ ସମ୍ପାଦିକା ରଶ୍ମିତା ମେହେର ଙ୍କ ସହ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ବଲାଙ୍ଗୀର କୌଶଳ ଏକାଡେମୀ ଓ ଖରମୁଣ୍ଡା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇ ଖରମୁଣ୍ଡା ଦଳ ବିଜୟୀ ହୋଇ ପ୍ରତିଯୋଗିତା ର ଶ୍ରେଷ୍ଠ ଦଳ ର ମାନ୍ୟତା ପାଇଥିଲା । ସୁଧୀର ପଧାନ , ଗୋବିନ୍ଦ ବାରିହା, ମୁକେଶ ପାତ୍ର, ଦିଲ୍ଲୀପ ପାତ୍ର ଓ VSS କ୍ଳବର ସଦସ୍ୟଗଣ ଏହି ପ୍ରତିଯୋଗିତା ରେ ସହାୟତା ପ୍ରଦାନ କରିଥିଲେ।

Leave A Reply

Your email address will not be published.