ଜଗତସିଂହପୁର(ସୁମନ୍ତ କୁମାର ଦାସ)– ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କନିମୁଳ ପଞ୍ଚାୟତ ରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପାର୍ଥିଙ୍କ ନାମ ଘୋଷଣା ହୋଇଯାଇଛି। ବହୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି। ଏହି ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତରେ ଥିବା ମା ଦିଗବାରୁଣୀ ପୀଠ ପରିସରରେ ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ପାର୍ଥିଙ୍କ ନାମ ଘୋଷଣା କରିଥିଲେ। ପୂର୍ବରୁ କୁଟିର ମଠ ପରିସରରେ ବିଧାୟକ ବିଜୟ ଶଙ୍କର ଦାସ ଆସାଇ ପାର୍ଥିମାନଙ୍କ ନାମ ତାଲିକା ନେଇଥିଲେ। ବିଧାୟକ ଶ୍ରୀ ଦାସ ପାର୍ଥିଙ୍କ ନାମ ଚୟନ କରି ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ ଙ୍କୁ ତାଲିକା ପ୍ରଦାନ କରିଥିଲେ। ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ବିଶ୍ୱାଳ କନିମୁଳ ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ ସରପଞ୍ଚ ପାର୍ଥିନି ଭାବେ ତସଙ୍ଗରା ବ୍ରହ୍ମପୁର ଗ୍ରାମର ଅନୁସୟା ମହାନ୍ତି ଓ ବିଶନପୁର ଗ୍ରାମର ବସନ୍ତ ମହାପାତ୍ରଙ୍କ ନାମ ଘୋଷଣା କରିଥିଲେ।
ଏହି ସଭାରେ ପଂଚାୟତର ପୂର୍ବତନ ସମିତିସଭ୍ୟ ବୈରାଗୀ ସ୍ୱାଇଁ, ଗୋପୀନାଥ ଦାଶ, ଗଙ୍ଗାଧର ସେଠି, ପ୍ରମୋଦ ସ୍ୱାଇଁ, କ୍ଷୀରୋଦ ରାଉତ, ଭଵ ଦୀପ୍ତ ରାଉତ, ଆଶିଷ ମହାପାତ୍ର, ଫକୀର ସାହୁ, କୈଳାଶ ସାହୁ, ନରେନ୍ଦ୍ର ସାହୁ, ନରେନ୍ଦ୍ର ଖୁଣ୍ଟିଆ, ଧରଣୀଧର ସାହୁ, ହିରଣ୍ୟ ଖୁଣ୍ଟିଆ, ପବିତ୍ର ମାଝୀ, ପ୍ରଫୁଲ ଦାସ, ସରୋଜ ସିଂ, ଅଖିଳ ଦାଶ, ରୁଦ୍ର ନାରାୟଣ ପତି, ସୁବାଷ ଲେଙ୍କା, ପ୍ରୀତିଲତା ମଲ୍ଲ, ନବଘନ ମଲ୍ଲିକ, ବେଣୁଧର ନାୟକ, ଗୁରୁଚରଣ ବେହେରା ଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.