ପଞ୍ଚାୟତ ନିର୍ବାଚନ ପାଇଁ ତିନି ଦଳରୁ ଚାଲିଛି ପ୍ରାର୍ଥୀ ଚୟନ

0

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲୁ ବାଜିବା ପରେ ବିଜେଡି, ବିଜେପି, କଂଗ୍ରେସ ଦଳର ନେତାମାନେ ନିଜ ନିଜର ଦଳ ପକ୍ଷରୁ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ସଭ୍ୟ ପାଇଁ ପ୍ରାଥୀ ଚୟନ ଜାରି ରଖିଛନ୍ତି।ଅସ୍ତରଙ୍ଗ ବ୍ଲକର ୧୫ ପଞ୍ଚାୟତରେ ବହୁ ଆଶାୟୀ ମାନେ ନିଜ ନିଜର ସମର୍ଥକ ମାନଙ୍କୁ ଧରି ନିଜ ସପକ୍ଷରେ ପ୍ରାଥୀ ପାଇଁ ଦବିଦାର ଜାହିର କରୁଛନ୍ତି।ବିଜେଡି ଦଳ ପକ୍ଷରୁ ମନ୍ତ୍ରୀ ତୁଷାର କାନ୍ତି ବେହେରା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସ୍ଵାଧୀନ କୁମାର ନାୟକ ୧୫ ପଞ୍ଚାୟତରେ ପଞ୍ଚାୟତ ସ୍ତରର କମିଟି ସଭ୍ୟ ମାନଙ୍କୁ ନେଇ ସେମାନଙ୍କର ମତାମତ ଗ୍ରହଣ କରି ପ୍ରାଥୀ ଚୟନ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ସେପଟେ ଦୁଇ ପାରମ୍ପରିକ ଶତ୍ରୁ ଭାବେ କଂଗ୍ରେସ, ବିଜେପି ଆଉ ବିଦ୍ରୋହୀ ଗୋଷ୍ଠୀ ଭିତରେ ଭିତିରି ବୁଝାମଣା ହୋଇ ପ୍ରାଥୀ ଚୟନ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।ଏବେ ଠାରୁ ପଞ୍ଚାୟତ ସ୍ତରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଲାଣି।ମାଣ୍ଡୁକି ପଞ୍ଚାୟତରେ ପ୍ରାଥମିକ ହିଂସା ଶୁକ୍ରବାର ଦିନ ଦେଖିବାକୁ ମିଳିଥିଲା।ଆସନ୍ତା ୧୭ ତାରିଖରୁ ୨୧ ତାରିଖ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବାବେଳେ ୨୨ ତାରିଖରେ ଯାଞ୍ଚ କରାଯିବ।୨୩ ତାରିଖରେ ଚୁଡାନ୍ତ ପ୍ରାଥୀ ତାଲିକା ପ୍ରକାଶ ପାଇବ।୨୫ ତାରିଖରେ ପ୍ରାଥୀ ପତ୍ର ପ୍ରତ୍ୟାହାର କରାଯିବ।ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାଥୀ ଚୟନ ପ୍ରକ୍ରିୟାରେ ତାଳ ମେଳ ରହୁନଥିବାରୁ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଯେଉଁ ଅସନ୍ତୋଷ ବିଜେଡିର ସହଜ ବିଜୟ ପାଇଁ ସହଜ ସାବ୍ୟସ୍ତ ହେବ।ସେପଟେ ବିଜେପି ଦଳ ମଧ୍ୟରେ ଦୁଇ ଗୋଷ୍ଠୀ ସୃଷ୍ଟି ହେବା ଯୋଗୁଁ ବରିଷ୍ଠ ବିଜେପି ନେତା ମାନେ ଏବେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି।କାରଣ ବିଜେପିର ବରିଷ୍ଠ ନେତା ମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି।ବହୁ ନେତା ଏବେ ବିଜେଡି ଦଳକୁ ଆସିବା ପାଇଁ ଅପେକ୍ଷାରେ ରହିଛନ୍ତି।ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ପ୍ରମୁଖ ଦଳ ଗୁଡ଼ିକର ନିର୍ବାଚନ ଆଭିମୁଖ୍ୟ ସ୍ପଷ୍ଟ ଭାବରେ ଜଣାପଡିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତପୋଷଣ କରିଛନ୍ତି।ସମୀକ୍ଷକଙ୍କ ମତରେ ବିଜେଡି ଦଳ ତାର ବିଜୟ ଆଭିମୁଖ୍ୟ ପୁଣିଥରେ ସାବ୍ୟସ୍ତ କରିବାରେ ସଫଳ ହେବ।ବିଜେଡିରେ ପ୍ରାୟ ଅସନ୍ତୋଷ କିମ୍ବା ଗୋଷ୍ଠୀ କନ୍ଦଳ ନ ଥିବାରୁ ପ୍ରାର୍ଥୀ ମାନଙ୍କ ବିଜୟରେ କୌଣସି ବାଧା ସୃଷ୍ଟି ହେବାର ସମ୍ଭାବନା ନାହିଁ। କିନ୍ତୁ ବ୍ଲକ ଅଧ୍ୟକ୍ଷ ପଦବୀ ମହିଳା ପ୍ରାର୍ଥୀ ବିଜେଡିର ସମସ୍ତ ପ୍ରାର୍ଥୀଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.