ରାଉରକେଲା,(ବସନ୍ତ ଜେନା);ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ଜିଲ୍ଲାର ସୁନ୍ଦରଗଡ଼ ରୁ ନେଇ ବଣେଇ , କୋଇଡା ରେଞ୍ଜ ପର୍ଯ୍ୟନ୍ତ ହାତୀପଲ୍ଲ ଉପଦ୍ରବ ଜାରି ରଖିଛନ୍ତି। ଦୁଇଦିନ ତଳେ ବରସୁଆଁ ଫରେଷ୍ଟ ରେଞ୍ଜ ରେ ଜଣେ ହାତୀ ଘଉଡ଼ାଇବା ସ୍କ୍ୱାର୍ଡ ସଦସ୍ୟଙ୍କୁ ହାତୀ କଚାଡି ମାରିଦେବା ପରେ ଏହି ଅଂଚଳରେ ଲୋକଙ୍କ ଚିନ୍ତା ବଢିଯାଇଛି।
ଅନ୍ୟପକ୍ଷରେ ଗତକାଲି ରାତିରେ ଜିଲ୍ଲାର ବଣେଇ ଡିଭିଜନ ର କୁଳିପୋଷ ରେଞ୍ଜ ର ଜଙ୍ଗଳା ଗ୍ରାମରେ ଗୋଟିଏ ଦନ୍ତା ହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଏହି ଦନ୍ତା ଟି ଗୋଠଛଡା ହୋଇ ଦେବଗଡ଼ ବନଖଣ୍ଡ ରୁ ପଳାଇ ଆସିଥିବା ଜଣାପଡିଛି। ଜଙ୍ଗଳା ଅଞ୍ଚଳରେ ୪ଟି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛି। ସ୍ଥାନୀୟ ଲୋକମାନେ ବନ ବିଭାଗ କର୍ମଚାରୀ ଙ୍କ ସହ ମିଶି ଘଣ୍ଟ ବାଡେଇ ରାତିସାରା ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ଏହି ହାତୀଟି ଏକ ମାସ ହେଲା ବଣେଇ ଅଂଚଳରେ ଉପଦ୍ରବ ଜାରି ରଖିଛି। ଦିନରେ ଜଙ୍ଗଲରେ ରହି ରାତିରେ ଗାଁ ରେ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛି। ଦନ୍ତା ଭୟରେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନବିଭାଗ ପକ୍ଷ ହାତୀଟିକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ।
Sign in
Sign in
Recover your password.
A password will be e-mailed to you.