ପଦ୍ମପୁର : ପଦ୍ମପୁର ନିକଟସ୍ଥ ଆମମୁଣ୍ଡା ଠାରେ ବି.ବି.ସି.ସି. ଦ୍ଵାରା ଆୟୋଜିତ ୨୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବୁଢି଼ମାଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ଉଇକେଟରେ ୧୦୩ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ ଜୁରିଆ ଦଳ ୯ ଓଭରରେ ୫ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ମ୍ୟାଚ ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୁଦାମ ପ୍ରଧାନ ଏବଂ ସମ୍ମାନିତ ଅତିଥି ରୂପେ ସାନ୍ତାନୁ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ହାତୀ ଓ ଉପେନ୍ଦ୍ର ହାତୀ ଯୋଗଦେଇ ବିଜେତା ଦଳକୁ ୧୧୧୧୧ ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଦଳକୁ ୬୬୬୬ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଜୁରିଆ ଦଳର ସୁରଜ ମେନ ଅଫ ଦି ମେଚ ଓ ଆକାଶ ମେନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ଫାଇନାଲ ମ୍ୟାଚରେ କେଶରଞ୍ଜନ ହାତୀ ଓ ଗୁଣନିଧି ସାହୁ ଅମ୍ପାୟାରିଂ ଏବଂ ସନ୍ତୋଷ ଓ ଦୟାସାଗର ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ଦିଲୀପ ବସୁଦେବ ଓ ନିହାର ଧାରାବିବରଣୀ ପ୍ରଦାନ କରିଥିଲେ। ନବିନ ଟେଣ୍ଟ, ଆକାଶ, ପିତାମ୍ବର, ସଚିନ, ନିବାସ, ପ୍ରଶାନ୍ତ, ଶାନ୍ତାନୁ, ଆଲୋକ, ପ୍ରତାପ, ସୁନୀଲ ଆଦି ବିଶେଷ ସହଯୋଗ କରିଥିଲେ। ଶେଷରେ ରଞ୍ଜନ ସେଠ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post