ବଲାଙ୍ଗିର/ନିରୋଜ ମିଶ୍ର – ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତ୍ମଣ୍ଡା ସ୍ଥିତ ପଞ୍ଚାୟତ ହାଇସ୍କୁଲର ଜୁନିୟର ରେଡକ୍ରସ ୟୁନିଟ ଓ ଆର୍ଯ୍ୟ ସମାଜ ସଭ୍ୟମାନଙ୍କ ତରଫରୁ କୁତ୍ମୁଣ୍ଡା ଗ୍ରାମରେ ମାସ୍କ ଓ କମ୍ବଳ ବଣ୍ଟନ କରାଯାଇଅଛି । କୁତ୍ମୁଣ୍ଡା ହାଇସ୍କୁଲର ଜୁନିୟର ରେଡକ୍ରସ କାଉନ୍ସେଲର ଘନଶ୍ୟାମ ମେହେରଙ୍କ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଆର୍ଯ୍ୟ ସମାଜର ସଭ୍ୟ କେଶବ ମେହେର, ପଣ୍ଡିତ କବିନ୍ଦ୍ର ଆର୍ଯ୍ୟ, ଜୁନିୟର ରେଡକ୍ରସ କାଉନସେଲର ଘସିଏନ ବିଦ୍ୟାଲୟ ଶରତ କୁମାର ନାଗ, ଡେଙ୍ଗ ବିଦ୍ୟାଳୟର ରାମ ନାରାୟନ ଦାଶ, ମାଝିପଡା ବିଦ୍ୟାଲୟର ବିରଞ୍ôଚ ନାରାୟାନ ଦାଶ, ଦମକିପାଲିର ସବିତା ଭୋଇ, ସେଞ୍ଚୁରିୟନ ସ୍କୁଲର ଚନ୍ଦ୍ର ଶେଖର ସେଠ, ସମାଜସେବୀ ଆଶିଷ ଜୈନ ପ୍ରମୁଖ ଯୋଗଦାନ କରିଥିଲେ । ଗ୍ରାମବାସୀ ମାନଙ୍କୁ ଓମିକ୍ରୋନ ଭୂତାଣୁ ସମ୍ପର୍କରେ ସଚେତନ କରିବା ସହିତ ୪୫ ଜଣ ଅସହାୟ ବ୍ୟକ୍ତିବିଶେଷଙ୍କୁ ମାସ୍କ ଓ କମ୍ବଳ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସହଯୋଗ ହାତ ବଢାଇଥିବା ଆର୍ଯ୍ୟ ସମାଜର ସଭ୍ୟା ସରୋଜିନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post