ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜୀବନରେ ସ୍ୱାସ୍ଥ୍ୟବାନ ରହିବାପାଇଁ ଖେଳିବା ସହିତ ଯୋଗାସନ ପ୍ରାଣାୟାମ ପାଇଁ ସମୟ ଦେବା ନିହାତି ଆବଶ୍ୟକ। ସେହିପରି ପଢିବା , ବିଚାର କରିବା , ହସଖୁସି ରହିବା ଏବଂ ପ୍ରାର୍ଥନା କରିବା ପାଇଁ ସମୟ ଦେବାର ଆବଶ୍ୟକତା ବିଷୟରେ ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ସ୍ୱାମୀ ନିଗମାନନ୍ଦ ଜୀ ପିଲାମାନଙ୍କୁ ବୁଝାଇଥିଲେ। ପରବର୍ତ୍ତୀ ଭଜନ, ଗଳ୍ପକଥନ ଓ ଭଲକାର୍ଯ୍ୟ କଥନରେ ଶିଶୁ ଜ୍ୟୋତିର୍ମୟୀ ପାଲାକା , ଅନନ୍ୟା , ପ୍ରଜ୍ୟୋତି , ଶୁଭଲକ୍ଷ୍ମୀ ପାଣି , ପ୍ରଣତି ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏଥିରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସେମାନଙ୍କୁ ସହଯୋଗ କରିଥିଲେ ଏବଂ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ବାର୍ତ୍ତା କହିବା ସହ ଦୈନନ୍ଦିନ ଜୀବନରେ ବର୍ତ୍ତମାନ ପରିସ୍ଥିତିରେ କିଭଳି ଆମେ ଚଲିବା ତାହା ପରାମର୍ଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post