ସପତ୍ନୀକ ଭେଟେରାନ ଅଭିନେତା ପ୍ରେମ ଚୋପ୍ରା ହସ୍ପିଟାଲରେ ଭର୍ତ୍ତି

0

ମୁମ୍ବାଇ: ପତ୍ନୀଙ୍କ ସହ ଭେଟେରାନ ଅଭିନେତା ପ୍ରେମ ଚୋପ୍ରା ହସ୍ପିଟାଲରେ ଭର୍ତ୍ତି । ଉଭୟଙ୍କୁ କୋଭିଡ ପଜିଟିଭ ପରେ ସୋମବାର ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପ୍ରେମ ଚୋପ୍ରା ଓ ପତ୍ନୀ ଉମା ଚୋପ୍ରାଙ୍କ ଚିକିତ୍ସା ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ କରାଯାଉଛି ।
ଡକ୍ଟର ଜଲିଲ ପାର୍କରଙ୍କ ଅନୁଯାୟୀ, ୮୬ ବର୍ଷୀୟ ଅଭିନେତା ପ୍ରେମ ଚୋପ୍ରା ଏବେ ସୁସ୍ଥ ଅଛନ୍ତି । ଗୋଟିଏ କିମ୍ବା ଦୁଇ ଦିନ ମଧ୍ଯରେ ଡିସଚାର୍ଜ ହେବାର ସମ୍ଭାବନା ରହିଛି ବୋଲି ପିଟିଆଇ ସୂତ୍ରରୁ ପ୍ରକାଶ। ଉଭୟେ ମୋନୋକ୍ଲୋନାଲ ଆଣ୍ଟିବଡି କକଟେଲ ଗ୍ରହଣ କରିଛନ୍ତି ଏବଂ ସୁସ୍ଥ ହେଉଛନ୍ତି।
ବବି, ଦୋ ରାସତେ, ଉପକାର, ପୁରବ ଅର ପଶ୍ଚିମ, କଟି ପତଙ୍ଗ ଏବଂ ଫୁଲ୍ ବନେ ଅଙ୍ଗାରେ ଭଳି ଚଳଚ୍ଚିତ୍ରରେ ଆଇକନିକ୍ ଭୂମିକା ଗ୍ରହଣ କରିବାରେ ବଲିଉଡର ଭେଟେରାନ୍ ପ୍ରେମ ଚୋପ୍ରା ବେଶ୍ ଜଣାଶୁଣା ।

Leave A Reply

Your email address will not be published.