ଭୁବନେଶ୍ୱର: କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ୭ ସେପ୍ଟେମ୍ବର ୨୦୨୬ରେ ଐତିହାସିକ ସହର ଭୁବନେଶ୍ୱରଠାରେ ଉଦ୍ଯାପିତ ହୋଇଯାଇଛି । ଏଥିସହିତ ବ୍ୟାପକ ବିମର୍ଷ, ନବୋନ୍ମେଷୀ ଚିନ୍ତାଧାରା ଏବଂ ରଣନୈତିକ ନେଟୱର୍କିଂ ଉପରେ ଚାଲିଥିବା ତିନିଦିନ ବ୍ୟାପୀ କାର୍ଯ୍ୟକ୍ରମ ସମାପ୍ତ ହୋଇଛି ।
“ନେକ୍ସଟ୍ଜେନ୍ ସିଏସ୍- କାଟାଲିଷ୍ଟ ଅଫ୍ ଗ୍ରୋଥ୍ ଆଣ୍ଡ୍ ଗାର୍ଡିଆନ୍ ଅଫ୍ ଗଭର୍ଣ୍ଣାନ୍ସ” ଶୀର୍ଷକ ବିଷୟ ଉପରେ ଆୟୋଜିତ ଚଳିତ ବର୍ଷର ସମ୍ମିଳନୀ ପରବର୍ତ୍ତୀ ପିଢି (ନେକ୍ସଟ୍ଜେନ୍) କମ୍ପାନୀ ସେକ୍ରେଟାରିଜ୍ ନିମନ୍ତେ ଏକ ନିର୍ଣ୍ଣାୟକ ରୋଡମ୍ୟାପ୍ ସ୍ଥାପନ କରିବା ନିମନ୍ତେ ଆଲୋଚନା ସମ୍ମୁଖ ଭାଗକୁ ଆଣିଥିଲା ।
ସ୍ଥିତପ୍ରଜ୍ଞ ବୃତ୍ତିଧାରୀ, ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିଗଣ, ନିୟାମକ ଏବଂ ସମଗ୍ର ଦେଶରୁ ନୀତି ବିଶାରଦମାନେ ନିମ୍ନଲିଖିତ ଅଧିବେଶନଗୁଡିକ ଜରିଆରେ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ, ଦୀର୍ଘସ୍ଥାୟିତା, ବଜାର ସ୍ଥାନାନ୍ତରଣ ଏବଂ ବୋର୍ଡରୁମ୍ ନୈତିକତା ଆଦି ବିଷୟ ଉପରେ ଆଲୋଚନା କରିବାକୁ ଏକତ୍ରିତ ହୋଇଥିଲେ । ଉକ୍ତ ବିଷୟଗୁଡିକ ହେଉଛି:
- ରେଗ୍ଟେକ୍ ରିଭୋଲୁ୍ୟସନ: ଡିଜିଟାଲାଇଜେସନ୍ ସହିତ ଅନୁପାଳନକୁ ମେଳ ଖୁଆଇବା
- ବିଶ୍ୱାସ ଓ ସ୍ୱଚ୍ଛତା ସୃଷ୍ଟି: ଦୀର୍ଘସ୍ଥାୟିତାରେ ବିଶ୍ୱସ୍ତରୀୟ ସମନ୍ୱୟକୁ ଆଗେଇନେବା
- ଶାସନ ପରିଚାଳନାର ଉପସ୍ଥିତିକୁ ସମ୍ପ୍ରସାରିତ କରିବା: ଷ୍ଟାର୍ଟଅପ୍ସମୂହ, ଏମଏସ୍ଏମ୍ଇ ଏବଂ ଏନ୍ପିଓଗୁଡିକ ନିମନ୍ତେ ସିଏସ୍
- ଫୁ୍ୟଚର ପ୍ରୁଫିଂ ଦି ପ୍ରଫେସନ୍: ଇଣ୍ଡିଆ ଅ ୨୦୪୭ ନିମନ୍ତେ ସ୍କିଲ୍ ଷ୍ଟାକ୍
- ପୁଞ୍ଜି ବଜାର ପରିବ୍ୟବସ୍ଥା: ନୈତିକତା ଓ ସ୍ୱଚ୍ଛତାକୁ ସୁଦୃଢ କରିବା
- ବୋର୍ଡରୁମ୍ ଡାଇନାମିକ୍ସ: କାଳଜୟୀ ନୀତିସମୂହ ଏବଂ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତି
- ଗ୍ରୀନ୍ ହୋରାଜନ୍ସ: କାର୍ବନ ବଜାରସମୂହର ପରିଚାଳନା, ନବସୃଜନକୁ ଆଗେଇନେବା
- ତୃଣମୂଳ ସ୍ତରର ଶାସନ: ସମାବେଶୀ ଅଭିବୃଦ୍ଧିକୁ ସକ୍ଷମ କରିବା
ଆଇସିଏସ୍ଆଇ ମଧ୍ୟ ଏହି ଅବସରରେ ଏକ ସ୍ୱତନ୍ତ୍ର ଅଧିବେଶନ ଜରିଆରେ ୨୦୨୩-୨୦୨୬ ଅବଧିରେ ଏହାର ପ୍ରମୁଖ ସଂରଚନାଗତ ଉଲ୍ଲେଖନୀୟ ସଫଳତା ଏବଂ ନିୟାମକ ବ୍ୟବସ୍ଥାର ପ୍ରଗତି ସମ୍ପର୍କରେ ଉଲ୍ଲେଖ କରିଥିଲା ।
ଭବିଷ୍ୟତ-ମୁଖୀ ରଣନୈତିକ ଅଧିବେଶନଗୁଡିକ ଊଦ୍ଧ୍ୱର୍ରେ ସମ୍ମିଳନୀୟରେ ଯୋଗଦେଇଥିବା ବ୍ୟକ୍ତିମାନେ କିମ୍ବଦନ୍ତୀ ଗାୟିକା ପଦ୍ମ ଭୂଷଣ ଉଷା ଉଥୁପ୍ଙ୍କର ମନମୁଗ୍ଧକର ସାଂଗୀତିକ ପ୍ରଦର୍ଶନ ଏବଂ ତତ୍ସହିତ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ଜରିଆରେ ଆଞ୍ଚଳିକ କଳାର ସମୃଦ୍ଧ ପ୍ରଦର୍ଶନକୁ ଉପଭୋଗ କରିଥିଲେ ।