ଚାରି ଦିନ ହେଲା ଅନ୍ଧାରରେ ବିଜେପୁର୍ ସହରର ହାଇସ୍କୁଲ ପଡା : ପ୍ରଶାସନ ନିରବଦ୍ରଷ୍ଟା ।

0

ବିଜେପୁର(ଶାସକପ୍ରଶାସକ)-ଗତ ୩୧.୧୨.୨୦୨୧ ଦିନଠାରୁ ବିଜେପୁର ସହରର ହାଇସ୍କୁଲ ପଡାରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି। ଟ୍ରାନ୍ସପରମର୍ ଖରାପ ଥିବା କାରଣରୁ ହେଉଥିବା ଏହି ସମସ୍ୟା ସୃଷ୍ଟି ହୋଇଛି। ମାତ୍ର ବିଦ୍ୟୁତ୍ ବିଭାଗ ଯେପରି ସ୍ଥାଣୁ ସାଜିଛି । ଏକ ଆଶ୍ବାସନା ଛଡା ଅନ୍ୟ କିଛି ବ୍ୟବସ୍ଥା କରୁନାହାଁନ୍ତି ବିଭାଗୀୟ କର୍ତୃପକ୍ଷ।ଆଗକୁ ପିଲାଙ୍କ ମାଟ୍ରିକ ପରୀକ୍ଷା ଅଛି। ଚାକିରୀ ଆଶାୟୀପିଲାଙ୍କ ପ୍ରତିଯୋଗିତା ମୂଳକ ପରୀକ୍ଷା ସମେତ ଅନେକ କାର୍ଯ୍ୟ ଥିବା ବେଳେ ସବୁ ଏବେ ଠପ୍‌ ହୋଇଯାଇଛି। ଧିରେ ଧିରେ ଅନ୍ଧାର ସତ୍ତ୍ୱେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ମଧ୍ୟ ଆଶା କରୁଛନ୍ତି ପଡାବାସୀ। ତେବେ ବିଜ୍ଞାପିତ ଅଞ୍ଚଳ ପରିଷଦ ହୋଇ ମଧ୍ୟ ସହର ମଧ୍ୟସ୍ଥ ଏକ ଯାଗା ହୋଇ ଏଇ ଦୁରାବସ୍ଥା ନିଶ୍ଚିତ ପକ୍ଷେ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଛି। ପ୍ରକାଶଥାଉ କି ପ୍ରାୟତଃ ବିଦ୍ୟୁତ ଉପଭୋକ୍ତା ଦୈନିକ ବିଲ୍ ଦାତା ହୋଇଥିବା ସତ୍ତ୍ଵେ ପ୍ରଶାସନର ମନମୁଖୀ ଶାସନ ଉପଭୋକ୍ତାଙ୍କୁ ହନ୍ତସନ୍ତ କରୁଛି। ପ୍ରଶାସନିକ ସ୍ତରରେ ସ୍ଥାୟୀ ସମାଧାନ ନହେଲେ ଆଗକୁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପଡାବାସୀଙ୍କ ପକ୍ଷରୁ ଦାବୀ ହେଉଛି।

Leave A Reply

Your email address will not be published.