କଲ୍ୟାଣସିଂ ହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ନାରାୟଣପୁର ପଞ୍ଚାୟତବାସୀଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ ପାଇଁ ଜିଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମାନ୍ୟବର କେନ୍ଦ୍ର ସରକାରଙ୍କ ଦ୍ୱାରା ଉକ୍ତ ବ୍ଲକରେ ଯେକୌଣସି ଠାରେ ସରକାରଙ୍କ ନିୟମାନୁସାରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ମଞ୍ଜୁର ହୋଇଥିଲା ।ଏବଂ ମାନ୍ୟବରପ୍ରଧାନମନ୍ତ୍ରୀ ଙ୍କ ଭର୍ଚୁଆଲ ଜରିଆରେ ସୁନାଖଣ୍ଡି ପଞ୍ଚାୟତ ର ପ୍ରଧାନୀ ଗୁଡା ନିକଟରେ ବିଦ୍ୟାଳୟର ଶୁଭଉଦଘାଟନ କରିଥିଲେ ।ଏହିବିଦ୍ୟାଳୟ ପ୍ରଧାନୀଗୁଡାରେ ନ କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ଅଞ୍ଚଳ ବାସୀ ତହସିଲଦାର ଦେବାଶିଷ କର ଙ୍କୁ ଲିଖିତ ଦେଇଥିଲେ ।ଉକ୍ତ ବିଦ୍ୟାଳୟକୁ ନାରାୟଣପୁର ପଞ୍ଚାୟତର ବଡତୋଡ୍ରା ମୌଜା ଖାତା ନମ୍ବର , ପ୍ଲଟନମ୍ବର ୧୧୩ ରେ ପ୍ରାୟ ୩୨ଏକର ଜମି ରହିଛି ଏହିଠାରେ ପ୍ରସ୍ତାବିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କରାଗଲେ ଅଞ୍ଚଳର ଛାତ୍ର ଛାତ୍ରୀ ଉନ୍ନତମାନର ଶିକ୍ଷା ପାଇବେ ବୋଲି ଲିଖିତ କରି ଜିଲା ପାଳ ସୋରାଜ କୁମାର ମିଶ୍ର ଙ୍କୁ ଦେଇଛନ୍ତି ।ଏହାକୁ ନାରାୟଣପୁର ସରପଞ୍ଚ ବିଜୟ ଲକ୍ଷ୍ମୀ ତିମାକା, ସୁବାସ ତିମାକା, ନିର୍ମଳା କାଡ୍ରାକା,ଧନସିଂ ତିମାକା, ପ୍ରଶାନ୍ତ କୌଶଲ୍ୟା,କୁମାର ସ୍ୱାମୀ କୌଶଲ୍ୟା,, ସିହେଚ ନଗେଶ୍ୱର ରାଓ, ତାରକେଶ୍ୱର ନିଶିକା ପ୍ରମୁଖ ଉପସ୍ଥିତ ରହି ଲିଖିତ ପତ୍ର ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.