ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରକଳ୍ପର ରାଜସ୍ୱ ବୈଠକ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇଯାଇଛି। ଏହି ବୈଠକରେ ରାଜସ୍ୱ ଆଦାୟ ବୃଦ୍ଧି, ମୋ ସ୍କୁଲ ଗୃହ ଯୋଜନାରେ ସରକାରୀ ସ୍କୁଲ ଓ ସରକାରୀ ପଞ୍ଜୀକୃତ ସ୍କୁଲର ଯେଁଉ ସ୍କୁଲର ନିଜର ସ୍ଥାୟୀପଟା ନାହିଁ ତାର ସ୍ଥାୟୀପଟା କରାଯିବା, ହାଇଟେକ୍ ସର୍ଭେ ପଟା ବଣ୍ଟନକୁ ତ୍ଵରାନିତ କରିବା, ବସୁନ୍ଧରା ଯୋଜନା ଅନୁଯାୟୀ ଘରଡିହ ପାଇଁ ଯୋଗ୍ୟ ଲୋକମାନଙ୍କୁ ଆଇନ ଅନୁଯାୟୀ ପଟ୍ଟା ବଣ୍ଟନ,NH ୪୯ ,୨୩ ଓ ରିଆମାଳ ବାଇପାସ ରାସ୍ତାର ଉନ୍ନତକରଣ ପାଇଁ ତହସିଲଦାର ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ, ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ରାଜସ୍ୱ ଅଧିକାରୀ ଯୋଶବନ୍ତ ଦେହୁରୀ, ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ତହସିଲଦାର ପଲ୍ଲବୀ ନାୟକ, ଅତିରିକ୍ତ ତହସିଲଦାର ସୌଦାମିନୀ ନାୟକ, ବାରକୋଟ, ରିଆମାଳ ବ୍ଲକ ର ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post