ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ ୧୮ରେ

0

କ୍ରୀଡ଼ା ଭିତ୍ତିଭୂମି ଓ ଅନ୍ୟ ଉନ୍ନୟନ ପ୍ରକଳ୍ପର କରିବେ ଶିଳାନ୍ୟାସ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଚଳିତ ମାସ ୧୮ ତାରିଖରେ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯିବା ଚୂଡାନ୍ତ ହୋଇଛିା ଏହି ଗସ୍ତ ସମୟରେ ମନ୍ତ୍ରୀ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବୋ ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ରେମୁଣା ବ୍ଲକ ବରୁଣସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୂପବାଲି ଖେଳ ପଡିଆରେ ମିନି ଷ୍ଟାଡିୟମର ଶିଳାନ୍ୟାସ କରିବୋ ପରେ ମନ୍ତ୍ରୀ ନୀଳଗିରି ରୋଡ ନୋଡାଲ ହାଇସ୍କୁଲର ୫-“ଟି’ ରୂପାନ୍ତରଣ କାର୍ଯ୍ୟକ୍ରମରେ ଯୋଗଦେବୋ ପରେ ମନ୍ତ୍ରୀ ଠାକୁରପଦା ଖେଳ ପଡିଆ ପରିଦର୍ଶନ କରିବା ସହ ଗଣ୍ଡରଦା ଗ୍ରାମପଞ୍ଚାୟତଠାରେ ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେବୋ ଏହା ପରେ ମନ୍ତ୍ରୀ ଚଷାଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଘାଯତୀନ ପାର୍କର ନବୀକରଣ କାର୍ଯ୍ୟକ୍ରମରେ ଯୋଗଦେବୋ ପରେ ମନ୍ତ୍ରୀ ଶ୍ରୀ ବେହେରା କ୍ଷୀରଚୋରା ଗୋପୀନାଥ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛିା ମନ୍ତ୍ରୀଙ୍କ ଏହି ଗସ୍ତ ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସକୁ ନେଇ ସମଗ୍ର ଜିଲ୍ଲା, ରେମୁଣା ବ୍ଲକ ତଥା ବରୁଣସିଂ ଗ୍ରାମପଞ୍ଚାୟତରେ ଆନନ୍ଦର ଲହରୀ ଖେଳିଯାଇଛିା

Leave A Reply

Your email address will not be published.