ଧାନ ମଣ୍ଡି ଉଦଘାଟନ ରେ ଚାଷୀ ମହଲ ଅସନ୍ତୋଷ ପ୍ରକାଶ।

0

କଲ୍ୟାଣସିଂହପୁର :ପ୍ରଦୀପ ଦଲାଇ,ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଆର. ଏମ.ସି ୟାର୍ଡ ଠାରେ ନିୟନ୍ତ୍ରିତ ବଜାର କମିଟି ରାୟଗଡା ପକ୍ଷରୁ ଧାନ ମଣ୍ଡି ଉଦଘାଟନ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ଯୋଗେନ୍ଦ୍ର ୱାଡକା, ଲ୍ୟାମ୍ପ ପରିଚାଳନା ର ସଭାପତି ଗୋପୀନାଥ ପେରିଶିକା, ବରିଷ୍ଠ ଚାଷୀ ଦାଶରଥି ନାୟକ, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ନିୟନ୍ତ୍ରିତ ବଜାର ର ଅଧିକାରୀ ବସନ୍ତ କୁମାର ପାଳ ମଞ୍ଚାସିନ ରହିଥିଲେ ।ଏଥିରେ ଅତିଥିଙ୍କ ଦ୍ୱାରା ମଣ୍ଡି ଉଦଘାଟନ କରଥିଲେ । ଧାନ ବିକ୍ରି କରିବା ପୂର୍ବରୁ ଚାଷୀଙ୍କୁ ଟକେନ୍ ଆସିଲେ ହିଁ ଚାଷୀ ଧାନ ମଣ୍ଡିକୁ ଆଣୀ ବିକ୍ରୀ କରୁଥିଲେ । ଯେଉଁ ଚାଷୀ ଙ୍କୁ ୧୦୦ କୁଇଣ୍ଟାଲ ଧାନ ବିକ୍ରି କରିବାପାଇଁ ଟକେନ୍ ଆସୁଥିବା ବେଳେ ବର୍ତ୍ତମାନ ସେହି ଚାଷୀଙ୍କୁ ୩୦ରୁ୪୦କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଟକେନ୍ ଆସିଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ଅସନ୍ତୋଷ ପ୍ରକାଶ ପାଇଛି । ଯେତେ ପର୍ଯ୍ୟନ୍ତ ଚାଷୀଙ୍କୁ ସଠିକ ଟକେନ୍ ଆସିନାହିଁ ସେତେ ଦିନ ପର୍ଯ୍ୟନ୍ତ ମାଣ୍ଡି ଖୋଲା ନ ଯାଉ ,ଯଦି ମଣ୍ଡି ଖୋଲା ଯାଏ ତାହେଲେ କାର୍ଯ୍ୟାଳୟରେ ତାଲା ପକାଇବୁ ବୋଲି କହିଛନ୍ତି ।ଏଥିରେ ଗୁଣ ଓ ମାନକୁ ନେଇ ସରକାର ସାଧାରଣ କିସମ ଧାନ କୁଇଣ୍ଟାଲ ପିଛା ମୁଲ୍ୟ୧୯୪୦ ଟଙ୍କା ଓ ଗ୍ରେଡ ଏ କିସମ ଧାନ କୁଇଣ୍ଟାଲ ପିଛା ୧୯୬୦ ଟଙ୍କା ରହିଥିବା ଅତିଥି ମାନେ କହିଥିଲେ । ପ୍ରତ୍ୟେକ ଶୁକ୍ରବାର ଦିନ ସ୍ଥାନୀୟ ପି.ଡବ୍ଲୁ. ଡି ବଙ୍ଗଳା କୁ କଲ୍ୟାଣସିଂ ହପୁର, ଧାମୁଣୀପଙ୍ଗା, ସିଙ୍ଗାରି, ପାରସାଲି ,ବୁଡ଼ାଗୁଡା ଆର. ଏମ. ସି. ୟାର୍ଡ ରେ ସୋମବାର ଦିନ ମାଝୀଗୁଡା, ପୂଜାରୀଗୁଡା, ସୁନାଖଣ୍ଡି,ପଲମା, କନ୍ଧ କାତିପାଡୁ ଓ ବୁଧବାର ଦିନ ସିକରପାଇ, ବୁଡ଼ାଗୁଡା, ନାରାୟଣପୁର,କରପା, ସେରିଗୁମ୍ମା ପଞ୍ଚାୟତର ଚାଷୀ ମଣ୍ଡିକୁ ଧାନ ଆଣି ଦେଇପାରିବେ କହିଥିଲେ ।ଏଥିରେ ମିଲର, ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.