ରଣପୁର ରେ ବିଜୁସ୍ୱାସ୍ଥ୍ୟ ସ୍ମାଟ କାର୍ଡ ବଣ୍ଟନ ଅନୁଷ୍ଠିତ

0

ରଣପୁର (ପ୍ରସନ୍ନ ସାମନ୍ତରାୟ )-ରାଜ୍ୟ ସରକାର ସୁସ୍ଥ ଓଡିଶା ଓ ସୁଖୀ ସୁଖୀ ଓଡିଶା ଡାକରା ଦେଇ ଜନସାଧାରଣ ଙ୍କ ସ୍ୱସ୍ଥ୍ୟ ସୁରକ୍ଷା କୁ ଆଖି ଆଗରେ ରଖି ଏହି ସେବା ଯୋଗାଇ ଦେବାର ପ୍ରୟାସ ଜରିକରିଥିଲା ବେଳେ. ମଙ୍ଗଳ ବାର ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ରଣପୁର ବାଘସାନ୍ତ ଖେଳପଡ଼ିଆ ଠାରେ ଆନୁଷ୍ଠାନିକ ଭାବେ ଯୋଗ ଦେଇ ରାଜ୍ୟ ସରକାର ଙ୍କ ସ୍ମାଟ ହେଲଥ କାର୍ଡ ର ଶୁଭାରମ୍ଭ କରିବା ସହ ରଣପୁର ବ୍ଲକ ର ଛଟି ପଞ୍ଚାୟତ ର 321ଜଣ ହିତାଧିକାରୀ ମାନଙ୍କୁ ବିଜୁ ହେଲଥ ସ୍ମାଟ କାର୍ଡ ବଣ୍ଟନ କରିଛନ୍ତି.ଏହି ସୋତନ୍ତ୍ର ଉତ୍ସବ ରେ ରଣପୁର ବିଜ୍ଞାପିତ ଅଞ୍ଚଳ ର 29. ସହ 35ଜଣ ହିତାଧିକାରୀ ଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବା କୁ ଥିବା ବେଳେ ବ୍ଲକ ଅଞ୍ଚଳ ର 35ହଜାର ହିତାଧିକାରୀ ଙ୍କୁ ବିଜୁସ୍ୱାସ୍ଥ୍ୟ ସ୍ମାଟ କାର୍ଡ ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି ଏହି ଉତ୍ସବ ରେ ବିଧାୟକ ଶ୍ରୀ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କ ବକ୍ତବ୍ୟ କୁ ଦୋହରାଇ କହିଥିଲେ ଯେ ଆଗାମୀ ଦିନରେ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ମାଇଲ ଖୁଣ୍ଟ ହୋଇ ରହିବ |

Leave A Reply

Your email address will not be published.